Latest Odisha News

ଦେଶରେ ୨୪ଘଣ୍ଟାରେ ୨୪ ହଜାର କରୋନା ଆକ୍ରାନ୍ତ, ସୁସ୍ଥ ହେଲେ ୨୯ ହଜାର

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ କରୋନାର ନୂଆ ଷ୍ଟ୍ରେନକୁ ନେଇ ଟେନସନ୍ । ଏପଟେ ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ବି ସଂକ୍ରମିତଙ୍କ ସଂଖ୍ୟା ଚଳିତ ସପ୍ତାହରେ କୋଟିଏ ଟପି ସାରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୨୪ ହଜାର ୭୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୨୯ ହଜାର ୭୯୧ ଆକ୍ରାନ୍ତ ।

ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧ଲକ୍ଷ ୨୩ହଜାର ୭୭୮କୁ ବୃଦ୍ଧି ପାଇଛି । କରୋନାରୁ ସୁସ୍ଥ ହୋଇଛନ୍ତି ୯୬ଲକ୍ଷ ୯୩ହଜାର ୧୭୩ ସଂକ୍ରମିତ । ଦେଶରେ ସୁସ୍ଥ ହାର ୯୫.୭୫%ରହିଛି । ବର୍ତ୍ତମାନ ଆକ୍ଟିଭ୍ କେସ୍ ରହିଛି ୨ଲକ୍ଷ ୮୩ହଜରା ୮୪୯ଟି ।

ଗତ ୨୪ ଘଣ୍ଟାରେ ମହାମାରୀ ଆଉ ୩୧୨ ଆକ୍ରାନ୍ତଙ୍କ ଜୀବନ ନେଇଛି । ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୬ହଜାର ୭୫୬କୁ ବୃଦ୍ଧି ପାଇଛି । ମୃତ୍ୟୁହାର ରହିଛି ୧.୪୫% ।

Leave A Reply

Your email address will not be published.