Latest Odisha News

BREAKING NEWS

ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା, ୪୦ ଡିଗ୍ରୀ ଉପରେ ୪ ସହର

ଭୁବନେଶ୍ବର : ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଆଜି ସାରା ରାଜ୍ୟରେ ପାରଦ ସାମାନ୍ୟ ତଳକୁ ଖସିଛି । କିନ୍ତୁ ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୪ ସହରର ତାପମାତ୍ର । ବଲାଙ୍ଗିରରେ ସର୍ବାଧିକ ୪୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଭବାନୀପାଟଣାରେ ୪୦.୧, ଟିଟିଲାଗଡ଼ରେ ୪୦ ଓ ବୌଦ୍ଧରେ ପାରଦ ୪୦.୮ ଡିଗ୍ରୀ ଉପରେ ରହିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ଆଜି ବାଲେଶ୍ବରରେ ତାପମାତ୍ରା ୩୪ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୭.୭, କଟକରେ ୩୭, ପାରାଦୀପରେ ୩୨.୫, ଭୁବନେଶ୍ବରରେ ୩୯.୬, ଗୋପାଳପୁରରେ ୩୨.୭, ପୁରୀରେ ୩୪, ଅନୁଗୁଳରେ ୩୯.୩, ବାରିପଦାରେ ୩୬.୮, ଝାରସୁଗୁଡ଼ାରେ ୩୯.୮, କେନ୍ଦୁଝରରେ ୩୬, ସମ୍ବଲପୁରରେ ୩୮.୯, ହୀରାକୁଦରେ ୩୮.୧, ସୁନ୍ଦରଗଡ଼ରେ ୩୮, ତାଳଚେରରେ ୩୯.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି କୋରାପୁଟରେ ତାପମାତ୍ରା ୩୩.୫ ଡିଗ୍ରୀ ଥିବା ବେଳେ, ଫୁଲବାଣୀରେ ୩୭.୪, ମାଲକାନଗିରିରେ ୩୮.୫, ସୋନପୁରରେ ୩୮.୩, ଦାରିଙ୍ଗବାଡିରେ ୩୩.୫, ନୟାଗଡ଼ରେ ୩୯, ଛତ୍ରପୁରରେ ୩୩, ପାରଳାଖେମୁଣ୍ଡିରେ ୩୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed.