Latest Odisha News

BREAKING NEWS

ରାଜ୍ୟରେ ଖସିଲା ପାରଦ, ଅଧିକାଂଶ ଜିଲ୍ଲାରେ ୪୦ ଡିଗ୍ରୀ ତଳେ ତାତି

ଭୁବନେଶ୍ବର : କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ଖସିଲା ପାରଦ । ଅନ୍ୟ ଦିନ ଅପେକ୍ଷା ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ କମ ରହିଛି ତାପମାତ୍ରା । ଆଜି କେବଳ ସୁନ୍ଦରଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ, ଅନ୍ୟ ସହରରେ ୪୦ ଡିଗ୍ରୀ ତଳେ ରହିଛି ତାପମାତ୍ରା ।

ଅନ୍ୟ ସହରଗୁଡିକର ତାପମାତ୍ରା ଉପରେ ଯଦି ନଜର ପକାଇବା, ତେବେ ବାଲେଶ୍ବରରେ ତାପମାତ୍ରା ୩୪.୫ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୫.୬, ପାରାଦୀପରେ ୩୦.୭, ଭୁବନେଶ୍ବରରେ ୩୪.୯, କଟକରେ ୩୩.୮, ଗୋପାଳପୁରରେ ୩୨.୨, ପୁରୀରେ ୩୨.୪, ଅନୁଗୁଳରେ ୩୮.୧, ବାରିପଦାରେ ୩୫.୨, ଝାରସୁଗୁଡ଼ାରେ ୩୬.୨, କେନ୍ଦୁଝରରେ ୩୩ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ସମ୍ବଲପୁରରେ ୩୬.୬, ସୁନ୍ଦରଗଡ଼ରେ ୪୦, ହୀରାକୁଦରେ ୩୫.୭, ତାଳଚେରରେ ୩୭.୭, ଭବାନୀପାଟଣାରେ ୩୯.୫, ବଲାଙ୍ଗିର ୩୯.୨, କୋରାପୁଟରେ ୩୪, ଟିଟିଲାଗଡ଼ରେ ୩୯.୨, ମାଲକାନଗିରିରେ ୩୯, ସୋନପୁରରେ ୩୮.୨, ଦାରିଙ୍ଗିବାଡ଼ିରେ ୩୪, ନୟାଗଡ଼ରେ ୩୬.୩, ବୌଦ୍ଧରେ ୩୭, ଛତ୍ରପୁରରେ ୩୨.୫, ପାରଳାଖେମୁଣ୍ଡିରେ ୩୪ ଓ ରାୟଗଡ଼ା ତାପମାତ୍ରା ୩୫.୬ ଡିଗ୍ରୀ ରେକର୍ଡ କରାଯାଇଛି ।

Comments are closed.