Latest Odisha News

BREAKING NEWS

କମେଡି କିଙ୍ଗ କପିଲ ଶର୍ମାଙ୍କ ବିଷୟରେ ପଢିବେ ସ୍କୁଲ ପିଲା, ଜାଣିବେ ତାଙ୍କ ପିଲାଦିନର କାହାଣୀ

ମୁମ୍ବାଇ: ଏଣିକି କପିଲ ଶର୍ମାଙ୍କ ବିଷୟରେ ପାଠ ପଢିବେ ଚତୁର୍ଥ ଶ୍ରେଣୀ ପିଲା । ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ପାଠ୍ୟପୁସ୍ତକରେ କପିଲଙ୍କ ବିଷୟରେ ଉଲ୍ଲେଖ କରାଯାଇଛି । କପିଲଙ୍କ ପିଲାଦିନର କାହାଣୀ ସହ ତାଙ୍କ ସଂଘର୍ଷମୟ ଯାତ୍ରା ବାବଦରେ ପଢି ଜାଣିବେ ପିଲାମାନେ । ଏନେଇ କପିଲ ନିଜ ଇନ୍ସଟାଗ୍ରାମରେ ଏକ ଫଟୋ ସେୟାର କରି କହିଛନ୍ତି । ଫଟୋରେ କପିଳଙ୍କ ସହ ନବଜ୍ୟୋତ୍ ସିଂହ ସିଧୁ ଓ ତାଙ୍କର ଏକ ଫିଲ୍ମ କିସ କିସ କୋ ପ୍ୟାରା କରୁଁର ଫଟୋ ବି ଦେଖିବାକୁ ମିଳିଛି ।
କପିଲଙ୍କ ପିଲାଦିନ ବହୁତ ସଂଘର୍ଷପୂର୍ଣ୍ଣ ରହିଛି । କପିଲ ତାଙ୍କ ଜୀବନରେ କଠିନ ପରିଶ୍ରମ କରିଛନ୍ତି । ବାପାଙ୍କ ମୃତ୍ୟୁ ପରେ ତାଙ୍କ ଜୀବନ ବହୁତ କଷ୍ଟରେ ବିତିଛି । ଷ୍ଟାଣ୍ଡ ଅପ୍ କମେଡିରୁ ପ୍ରଥମେ କ୍ୟାରିଅର୍ ଆରମ୍ଭ କରିଥିଲେ କପିଲ । ନିଜ କମେଡି ମାଧ୍ୟମରେ ବହୁ ସୁନାମ ଅର୍ଜନ କରିଛନ୍ତି । କପିଲଙ୍କ କମେଡ ଦର୍ଶକଙ୍କୁ ହସେଇ ହସେଇ ବେଦମ କରେ ।
Leave A Reply

Your email address will not be published.