ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ମାତ୍ର ରବିବାର ଦିନ ଉପକୂଳ ଓଡ଼ିଶା ସମେତ ଅଧିକାଂଶ ସ୍ଥାନରେ ପାଗ କୋହଲା ଥିଲା।
ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଝାଡ଼ଖଣ୍ଡରୁ ତେଲଙ୍ଗାନା ପର୍ଯ୍ୟନ୍ତ ଲମ୍ବିଥିବା ଟ୍ରଫଲାଇପ ଦକ୍ଷିଣ ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ଅତିକ୍ରମ କରିଥିବାରୁ ଏହାର ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।
ତେବେ ମଧ୍ୟ ମାଲକାନଗିରିରେ ପାରଦ ସର୍ବୋଚ୍ଚ ୪୦ଡ଼ିଗ୍ରୀ ଉପରେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଏହା ସହ ବହୁ ଜିଲ୍ଲାରେ ଖରାର ପ୍ରକୋପ କମ ରହିଥିଲେ ମଧ୍ୟ ଗୁଳୁଗୁଳି ଅନୁଭୂତ ହୋଇଥିଲା।
ତେବେ ଆଗାମୀ ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦିନର ତାପମାତ୍ରା ୨ରୁ ୩ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି ।
ଆଗକୁ ଆଗକୁ ତାପମାତ୍ରା ଆହୁରି ବଢିବା ସହ ଗ୍ରୀଷ୍ମପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
Comments are closed.