Latest Odisha News

BREAKING NEWS

ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକ କରୋନା ସଂକ୍ରମିତ, ସାନିଟାଇଜ ହେଲା କ୍ୟାମ୍ପସ

ପୁରୀ: ରାଜ୍ୟରେ ମାଡୁଛି କରୋନା ସଂକ୍ରମଣ । ଦିନକୁ ଦିନ ନୂଆ ନୂଆ ସଂକ୍ରମଣ ଟେନସନ ଦେଉଛି । ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ବ୍ୟାକରଣ ବିଭାଗର ଜଣେ ଅଧ୍ୟାପକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଅଧ୍ଯାପକ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଶ୍ବ ବିଦ୍ୟାଳୟରେ ସମସ୍ତେ ଭୟବିତ ଅଛନ୍ତି । ବିଶ୍ୱବିଦ୍ୟାଳୟର ସମସ୍ତ କ୍ଲାସକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବାତିଲ କରାଯାଇଛି । ଏହାସହ ୟୁନିଭର୍ସସିଟିର କ୍ଯାମ୍ପସକୁ ମଧ୍ୟ ସାନିଟାଇଜ କରାଯାଇଛି । ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।

Leave A Reply

Your email address will not be published.