Latest Odisha News

BREAKING NEWS

ୟୁରୋପରେ ଡରାଇଲାଣି ମଙ୍କିପକ୍ସ, ଜରୁରୀ ବୈଠକ ଡାକିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଓଡ଼ିଶା ସମ୍ବାଦ ବ୍ୟୁରୋ: କରୋନା କାୟା କମିନି । ଡରାଇଲାଣି ମଙ୍କିପକ୍ସ । ୟୁରୋପରେ ଏବେ ମଙ୍କିପକ୍ସକୁ ନେଇ ଆତଙ୍କ ଖେଳିଯାଇଛି । ସେଠାକାର ବିଭିନ୍ନ ଦେଶରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ବର୍ତ୍ତମାନ ସୁଦ୍ଧା ୟୁରୋପରେ ଶହେରୁ ଅଧିକ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜରୁରୀ ବୈଠକ ଡାକିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ବର୍ତ୍ତମାନ ୟୁରୋପର ୯ଟି ଦେଶର ଦେଖାଦେଇଛି ମଙ୍କିପକ୍ସ । ବେଲଜିୟମ୍, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲାଣ୍ଡ, ପର୍ତ୍ତୁଗାଲ, ସ୍ପେନ୍, ସ୍ୱିଡେନ୍ ଓ ବ୍ରିଟେନରେ ଚିହ୍ନଟ ହୋଇଛି ମଙ୍କିପକ୍ସ କେସ୍ । ଏହାବ୍ୟତୀତ ଆମେରିକା, ଅଷ୍ଟ୍ରେଲିଆ ଓ କାନାଡାରେ ବି ମଙ୍କିପକ୍ସ କେସ୍ ଚିନ୍ତା ବଢ଼ାଇଲାଣି ।

ବିଶେଷଜ୍ଞଙ୍କ କହିବା କଥା, ମଙ୍କିପକ୍ସ ମହାମାରୀ ରୂପ ନେଇ ନପାରେ । କାରଣ ଏହା କରୋନା ଭଳି ଦ୍ରୁତ ସଂକ୍ରମଣ କରୁ ନାହିଁ । ଏପରିକି ଏହାଦ୍ୱାରା ସଂକ୍ରମିତ ହେବା ଏତେ ସହଜ ବି ନୁହେଁ । ୟୁରୋପିଆନ୍ ଦେଶରେ ମେ ୭ ତାରିଖରେ ପ୍ରଥମ ମଙ୍କିପକ୍ସ କେସ୍ ସାମନାକୁ ଆସିଥିଲା । ମଙ୍କିପକ୍ସର ଅଧିକାଂଶ ମାମଲା ଆଫ୍ରିକାର ବିଭିନ୍ନ ଦେଶରୁ ଆସୁଛି ।
ମଙ୍କିପକ୍ସର ଲକ୍ଷଣ
ସଂକ୍ରମିତ ହେବାର ପାଞ୍ଚ ଦିନ ଭିତରେ ଜ୍ୱର ହେବା ସହ ଜୋରରେ ମୁଣ୍ଡ ବିନ୍ଧା ହେବା ସହ ପିଠି ଓ ମାଂସପେଶୀରେ ଯନ୍ତ୍ରଣା ହେବ । ଥକା ଅନୁଭବ କରିବେ । ମଙ୍କିପକ୍ସ ଆରମ୍ଭରେ ଚିକେନପକ୍ସ ଭଳି ଦେହରେ କିଛି ଉଠିଯାଏ । ଜ୍ୱର ହେବାର ଦିନେରୁ ତିନି ଦିନ ଭିତରେ ଦେହରେ ଏହାର ପ୍ରଭାବ ଦେଖିବାକୁ ମିଳେ ।

Leave A Reply

Your email address will not be published.