Latest Odisha News

BREAKING NEWS

ରାଷ୍ଟ୍ରପତି ନିର୍ବାଚନ: ବିରୋଧୀ ଶିବିରରେ ଫାଟ, ନଜର ପକାନ୍ତୁ କେଉଁ ରାଜ୍ୟରେ କେତେ କ୍ରସ ଭୋଟିଂ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଜିତିଛନ୍ତି। ସେ ଜୁଲାଇ ୨୫ରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ଗ୍ରହଣ କରିବେ। ମୁର୍ମୁ ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ହେବେ। ସେ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ବିପୁଳ ଭୋଟରେ ପରାସ୍ତ କରିଛନ୍ତି। ତାଙ୍କର ବିପୁଳ ବିଜୟ ପଛରେ କେବଳ ଏନଡିଏ ନୁହେଁ ବିରୋଧୀ ଦଳରେ ଥିବା ଅନେକ ଦଳର ବିଧାୟକ ଏବଂ ସାଂସଦଙ୍କ ସମର୍ଥନ ରହିଛି। ତେବେ ମୁର୍ମୁ ଏବଂ ସିହ୍ନାଙ୍କ ମଧ୍ୟରେ ହୋଇଥିବା ଏହି ନିର୍ବାଚନରେ ୧୨୫ ବିଧାୟକ ଏବଂ ୧୭ ସାଂସଦ କ୍ରସ୍ ଭୋଟିଂରେ ସାମିଲ ହୋଇଥିବା ଜଣାପଡିଛି।

ଏହି ନିର୍ବାଚନରେ ​​୪,୭୫୪ ଭୋଟର (ନିର୍ବାଚନ ପ୍ରତିନିଧିଙ୍କ) ମଧ୍ୟରୁ ଦ୍ରୌପଦୀ ମୁର୍ମୁ ୨,୮୨୪ ଭୋଟ୍ ପାଇଛନ୍ତି। ଯେଉଁଥିରେ ୫୪୦ ସାଂସଦଙ୍କ ଭୋଟ୍ ମଧ୍ୟ ରହିଛି। ଯଶବନ୍ତ ସିହ୍ନା ୧,୧୮୭ ଭୋଟ୍ ପାଇଛନ୍ତି ଯେଉଁଥିରେ ୨୦୮ ସାଂସଦଙ୍କ ଭୋଟ ରହିଛି।

ଯଦି କ୍ରସ୍ ଭୋଟିଂ ବିଷୟରେ ତର୍ଜମା କରିବା ତାହେଲେ ଆସାମ କ୍ରସ ଭୋଟିଂରେ ଏକ ନମ୍ବର ରହିଛି । ଏଠାରେ ୨୨ ଜଣ ବିଧାୟକ କ୍ରସ୍ ଭୋଟ୍ କରିଛନ୍ତି। ଏହା ପରେ ମଧ୍ୟପ୍ରଦେଶରେ ୧୯ ଜଣ କ୍ରସ ଭୋଟିଂ କରିଥିଲେ। ରାଜସ୍ଥାନ, ମହାରାଷ୍ଟ୍ରର ୧୬ ଜଣ ବିଧାୟକ, ମେଘାଳୟର ୧୬ ଜଣ,  ଝାଡଖଣ୍ଡ ଏବଂ ଗୁଜୁରାଟର ୧୦ ଜଣ, ଛତିଶଗଡରୁ ୬ ଜଣ, ଗୋଆରୁ ୪ ଜଣ, ହିମାଚଳରୁ ୨ ଜଣ ଏବଂ ହରିଆଣା ଏବଂ ଓଡିଶାରୁ ଜଣେ ଲେଖାଏଁ ବିଧାୟକ କ୍ରସ ଭୋଟ୍ କରିଛନ୍ତି। ୧୭ ଜଣ ସାଂସଦ ମଧ୍ୟ ଦଳର ମତ ବିରୋଧରେ ଯାଇ ଦ୍ରୌପଦୀଙ୍କୁ ଭୋଟ୍ ଦେଇଛନ୍ତି। ଏହାବାଦ ୫୪୦ ସାଂସଦ ମୁର୍ମୁଙ୍କୁ ଭୋଟ୍ ଦେବା ଅଣ ଏନିଡିଏ କ୍ୟାମ୍ପ ଏକାଠି ନଥିବା ସ୍ପଷ୍ଟ ହୋଇଛି।

Comments are closed.