Latest Odisha News

ପ୍ରବଳ ବର୍ଷାରେ ବେହାଲ ଟ୍ୱିନସିଟି

କଟକ/ଭୁବନେଶ୍ୱର : ତିତଲି ବାତ୍ୟା ପ୍ରଭାବ ଯୋଗୁଁ ଶୁକ୍ରବାର ରାତିରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଉଭୟ କଟକ ଓ ଭୁବନେଶ୍ୱର ସହରର ଜୀବନ ଯାତ୍ରା ବ୍ୟାହତ ହୋଇଛି ।

କଟକରେ ବର୍ଷାପାଣି ଲୋକଙ୍କ ଘର ମଧ୍ୟକୁ ପ୍ରବେଶ କରିଥିବା ବେଳେ ବିଶେଷତଃ ତଳିଆ ଅଞ୍ଚଳର ରାଜା ବଗିଚା, ଲେବର କଲୋନି, ରକ୍ସିଲେନ୍, ବାଦାମବାଡି, ବଡପଥର, ମେରିଆ ବଜାର, ରାଉସାପାଟଣା, ପଟ୍ଟାପୋଲ ଆଦି ଅଞ୍ଚଳ ପାଣି ଘେରରେ ରହିଛି । ଏଥିସହିତ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ସ୍ଥାନୀୟ କର୍ପୋରେଟର, ମେୟରଙ୍କ ସମେତ ସ୍ଥାନୀୟ ବିଧାୟକମାନେ ମଧ୍ୟ ସ୍ଥିତି ପରଖିବା ପାଇଁ ଏଯାଏଁ ଆସିନାହାନ୍ତି । ।

ଅନ୍ୟପକ୍ଷରେ ଜଳ ନିଷ୍କାସନ ପାଇଁ କଟକ ପୌରପାଳିକା ପକ୍ଷରୁ ୨୪୨ ଉଚ୍ଚ କ୍ଷମତା ସମ୍ପନ୍ନ ହାଇ ପାୱାର ପମ୍ପ ବ୍ୟବହାର କରାଯାଉଥିବା ନେଇ ଜଣାପଡିଛି ।

ସେହିପରି ଭୁବନେଶ୍ୱରରେ ଲଗାଣ ବର୍ଷାଯୋଗୁଁ ତଳିଆ ଅଞ୍ଚଳର ବର୍ଷା ଜଳ ପ୍ରବେଶ କରିଥିବା ବେଳେ ବୈରାଗୀ ନଗର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ନୟାପଲି, ସାମନ୍ତରାପୁର, ନୂଆଗାଁ, ଶାସ୍ତ୍ରୀ ନଗର, ଶୈଳଶ୍ରୀ ବିହାର ସମେତ ଗୌରୀ ଗାର୍ଡେନରେ ମଧ୍ୟ ପାଣି ପଶିଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଏହାଛଡା ବର୍ଷାଜଳ ବାଣିବିହାର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର ସମେତ ନୟାପଲି ସ୍ଥିତ ଇସ୍କନ ମନ୍ଦିର ସମ୍ମୁଖରେ ୧୬ନଂ ଜାତୀୟ ରାଜପଥକୁ ଅତିକ୍ରମ କରୁଥିବା ନେଇ ଜଣାପଡିଛି ।

Comments are closed.