Latest Odisha News

BREAKING NEWS

ପୁରୀ: ପ୍ରବଳ ବର୍ଷାରେ ଜୀବନଯାତ୍ରା ବ୍ୟାହତ

ପୁରୀ : ବାତ୍ୟା ତିତଲି ଯିବାପରେ ଧିରେ ଧିରେ ଜନଜୀବନ ସ୍ୱାଭାବିକ ହେଉଥିବା ବେଳେ ଏବେ ବର୍ଷା ଜନିତ କୃତ୍ରିମ ବନ୍ୟାରେ ଅସ୍ତବ୍ୟସ୍ତ ହେବାରେ ଲାଗିଲେଣୀ ପୁରୀ ବାସିନ୍ଦା । ଏଥିରୁ ବାଦ ପଡିନି ଶ୍ରୀକ୍ଷେତ୍ର ପୁରୀ ।

ସୂଚନା ଅନୁଯାୟୀ ପ୍ରବଳ ବର୍ଷା ଯୋଗୁଁ ପୁରୀରେ ଏକପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପୁରୀ ବଡଦାଣ୍ଡରେ ବର୍ଷା ପାଣି ପଶି ଜମି ଏକପ୍ରକାର ପୁଷ୍କରିଣୀର ଭ୍ରମ ସୃଷ୍ଟି କରୁଛି । ଏଥିସହିତ ମାଟି ତୋଟା, ସୁଜାତା ନଗର, ମାଟିଆ ପଡା ସମେତ ସିଦ୍ଧ ମହାବୀର ଅଞ୍ଚଳ ମଧ୍ୟ ପାଣି ଘେରରେ ରହିଛି ।

ଅନ୍ୟପକ୍ଷରେ ବଡଦାଣ୍ଡରେ ଭର୍ତ୍ତି ହୋଇଥିବା ଆଣ୍ଠୁଏ ଆଣ୍ଠୁଏ ପାଣି ଯୋଗୁଁ ସାଧାରଣରେ ଯାତାୟାତ ବାଧାପ୍ରାପ୍ତ ହେଉଛି । ଏଥିସହିତ ପ୍ରଶାସନ ପକ୍ଷରୁ ପାଣି ନିଷ୍କାସନ କରିବା ପାଇଁ ପମ୍ପ ଯୋଗେ ପ୍ରଚେଷ୍ଟା ଜାରି ଥିବା ନେଇ ଜଣାପଡିଛି ।

ଜଳ ନିଷ୍କାସନ ଓ ଜଳବନ୍ଦୀ ମାନଙ୍କୁ ଉଦ୍ଧାର କରାଯିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରଚେଷ୍ଟା ଚାଲିଥିବା ବେଳେ ବର୍ଷା ହେଲାମାତ୍ରେ ଲୋକମାନେ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ବୋଲି ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଅପରପକ୍ଷରେ ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯାଉନଥିବା ନେଇ ପୁରୀ ବାସିନ୍ଦା ଅଭିଯୋଗ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.