Latest Odisha News

BREAKING NEWS

୧୦ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ, ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର : ବାତ୍ୟା ତିତଲି ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଏଥିସହିତ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ରାଜ୍ୟର ୧୦ ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସକାଳୁ ଜାରି ହୋଇଥିବା ସତର୍କ ସୂଚନା ଅନୁଯାୟୀ ବାତ୍ୟା ତିତଲି ଧିରେଧିରେ ଡିପ ଡିପ୍ରେସନରେ ପରିଣତ ହୋଇ ଅତିକ୍ରମ କରୁଛି । ଏଥିସହିତ ତିତଲି ରାଜ୍ୟର ପୂର୍ବ-ଉତ୍ତର ଦିଗରେ ଘଣ୍ଟାପ୍ରତି ୬କିମି ବେଗରେ ଗତି କରୁଛି ।

ଅନ୍ୟପକ୍ଷରେ ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ପାଖାପାଖି ୧୦ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଜିଲ୍ଲା ଗୁଡିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଓ ମୟୁରଭଞ୍ଜ ଆଦି ରହିଛି ।

ଏହି ସମୟ ମଧ୍ୟରେ ଉପକୂଳବର୍ତ୍ତି ଜିଲ୍ଲାରେ ୪୫ରୁ ୫୫କିମି ମଧ୍ୟରେ ପବନ ବହିବା ସହ କ୍ରମେ ଏହା ୬୫କିମି ବେଗରେ ବହିବ । ଦକ୍ଷିଣ ଓଡିଶାର ମଧ୍ୟବର୍ତ୍ତି ଜିଲ୍ଲାମାନଙ୍କରେ ୩୫ରୁ ୪୫କିମି ବେଗରେ ବହିବା ସଙ୍ଗେ ଏହା କ୍ରମେ ୫୫ କିମି ବେଗରେ ବହିବା ନେଇ ଆଶଙ୍କା କରାଯାଉଛି ।

ତେବେ ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀ ମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

Leave A Reply

Your email address will not be published.