Latest Odisha News

BREAKING NEWS

କିଭ୍ ଦଖଲ ପାଇଁ ଆଜି ରାତିରେ ଝଡ଼ ଭଳି ପଶିବେ ପୁଟିନ୍ ସୈନ୍ୟ

କିଭ୍ (ୟୁକ୍ରେନ୍): ୟୁକ୍ରେନରେ ଯୁଦ୍ଧ ଘନଘଟା । କିଭ୍ ଦଖଲ ଦିଗରେ ଅଗ୍ରସର ହେଉଛି ରୁଷିଆ । ଜୋରଦାର ହମଲା ଜାରି ରଖିଛି । ରାଜଧାନୀ କିଭକୁ ଚାରିଆଡୁ ଘେରି ସାରିଲେଣି ରୁଷ୍ ସୈନ୍ୟ । ଆଜି ରାତିରେ ପୂରା ରାଜଧାନୀକୁ ଦଖଲକୁ ନେଇ ଯାଇ ପାରନ୍ତି । ଏଭଳି ଆଶଙ୍କା କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ।

ରୁଷ୍ ସେନା କିଭର ପ୍ରିଡିୟମ୍ ସ୍କୋୟାର ଅଭିମୁଖେ ବଢୁଛି । ଏହି ଅଞ୍ଚଳରେ ରହିଛି ୟୁକ୍ରେନ୍ ସଂସଦ । ଆଜି ରାତିରେ ରୁଷ୍ କିଭ୍ ଭିତରେ ପ୍ରବେଶ କରିପାରେ ବୋଲି ଆଶଙ୍କା କରାଯାଉଛି । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଆଜି ରାତିରେ କିଭ୍ ଦଖଲ ପାଇଁ ଜୋରଦାର ହମଲା କରିପାରେ ।

ଜେଲେନସ୍କି କହିଛନ୍ତି, ଦିନ ଅପେକ୍ଷା ଆଜି ରାତି ଅଧିକ କଠିନ୍ ପରିସ୍ଥିତି ସୃଷ୍ଟି କରିପାରେ। ୟୁକ୍ରେନର ଅନେକ ରାଜ୍ୟ ଅଣ୍ଡର ଆଟାକରେ ଅଛି । ଆଜି ରାତିରେ ରୁଷ୍ ସେନା ଝଡ଼ ଭଳି ହମଲା କରି କିଭ୍ ଭିତରେ ପଶିବେ । ଆମେ ରାଜଧାନୀକୁ କେବେ ହେଲେ ପଡ଼ୋଶୀ ଦେଶ ହାତରେ ଟେକି ଦେବୁ ନାହିଁ । ରାଜଧାନୀକୁ ହରାଇ ପାରିବୁ ନାହିଁ ବୋଲି ଜେଲେନସ୍କି କହିଛନ୍ତି ।

Comments are closed, but trackbacks and pingbacks are open.