Latest Odisha News

କଡା ସୁରକ୍ଷା ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣନା ଆରମ୍ଭ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣନା ଆରମ୍ଭ ହୋଇଛି । ଜିଲ୍ଲାର ୬ଟି ବ୍ଲକ ର ୨୧୫୮ ଜଣ ପ୍ରାର୍ଥୀଙ୍କ ଭବିଷ୍ୟତ ଆଜିଠାରୁ ସ୍ଥିର ହେବ । ଆଜି ପ୍ରଥମ ଦିନରେ ଜିଲ୍ଲାର ୬ଟି ଜିଲ୍ଲାପରିଷଦ ଓ ୪୮ଟି ପଂଚାୟତର ସରପଂଚଙ୍କ ସହିତ ସମିତି ସଭ୍ୟ ଓ ଓ୍ବାର୍ଡମେମ୍ବର ପାଇଁ ଭୋଟ ଗଣତି ଆରମ୍ଭ ହୋଇଯାଇଛି ।

ଜିଲ୍ଲାର ସୋନପୁର ସଦର ବ୍ଲକ ସମେତ ବିନିକା, ଡୁଙ୍ଗୁରିପାଲି, ତରଭା, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକରେ କଡା ସୁରକ୍ଷା ମଧ୍ୟରେ ଭୋଟଗଣତି ଆରମ୍ଭ ହୋଇଛି । ଭୋଟବାକ୍ସ ଗୁଡ଼ିକୁ କଡ଼ା ସୁରକ୍ଷାରେ ଗଣତି ସ୍ଥଳକୁ ଅଣାଯାଉଛି । ଆଜି ସକାଳ ୮ରୁ ଜିଲାର ୬ଟି ଭୋଟ ଗଣତି କେନ୍ଦ୍ରରେ ଏକା ସାଙ୍ଗରେ ଭୋଟ ଗଣନା ଆରମ୍ଭ ହୋଇଛି । ଏଥିପାଇଁ ପ୍ରାୟ ୨୫୦ ଜଣ ଭୋଟ ଗଣତି ଅଧିକାରୀଙ୍କୁ ଆବଶ୍ୟକ ତାଲିମ ଦିଆଯାଇଛି।

ଆଜିର ଗଣତି ହେଉଥିବା ୬ଟି ଜିଲ୍ଲା ପରିଷଦ ଜୋନ ପାଇଁ ୨୩ଜଣ ପ୍ରାର୍ଥୀଙ୍କ ପାଇଁ ଗଣନା ଚାଲିଛି । ଏନେଇ ଜିଲ୍ଲାର ୬ଟି ବ୍ଲକରେ ସମସ୍ତ ପ୍ରାର୍ଥୀଙ୍କ ଏଜେଣ୍ଟ ଉପସ୍ଥିତ ଥିବା ସହିତ ଅଧିକାରୀମାନେ ଉପସ୍ଥିତ ଅଛନ୍ତି ।

Comments are closed, but trackbacks and pingbacks are open.