Latest Odisha News

BREAKING NEWS

ୟୁକ୍ରେନ୍ ରାଜଧାନୀ କିଭ୍ ଛାତି ଉପରେ ରୁଷର ଭୟଙ୍କର ଏୟାରଷ୍ଟ୍ରାଇକ୍

କିଭ୍: ଭୟଙ୍କର ହୋଇଛି ୟୁକ୍ରେନ୍-ରୁଷିଆ ଲଢ଼େଇ । ଆଜି ଯୁଦ୍ଧର ତୃତୀୟ ଦିନ । ୟୁକ୍ରେନ ରାଜଧାନୀ କିଭକୁ ଚାରିପଟରୁ ଘେରି ରହିଛନ୍ତି ରୁଷ୍ ସୈନ୍ୟ । ଘମାଘୋଟ ଲଢ଼େଇ ଚାଲିଛି । କିଭ୍ ଦଖଲ ପାଇଁ ଏୟାରଷ୍ଟ୍ରାଇକ୍ କରିଛି ରୁଷିଆ । କିଭ୍ ଦଖଲ ଦିଗରେ ଆଗକୁ ଅଗ୍ରସର ହେଉଛି । ସେପଟେ କିଭକୁ ବଞ୍ଚାଇବା ପାଇଁ ରୁଷିଆ ସହ ଲଢ଼େଇ ଜାରି କରିଛନ୍ତି ୟୁକ୍ରେନ୍ ସୈନ୍ୟ ।

କିଭରେ ସକାଳରୁ ରାତି ଯାଏ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ପାଉଛନ୍ତି ଲୋକ । ଗୁଳିଗୋଳା ଓ ବିସ୍ଫୋରଣର ଭୟଙ୍କର ଓ ଛାତିଥରା ଶବ୍ଦ ଶୁଣିବାକୁ ମିଳୁଛି । କିଭ୍ ଆକାଶରେ ଚକର କାଟୁଛି ରୁଷର ଫାଇଟର୍ ପ୍ଲେନ୍ । ଲୋକମାନେ ଘରେ ଭୟରେ ଦିନ କାଟୁଛନ୍ତି । ରାସ୍ତାଘାଟ ଶୂନଶାନ । ବହୁ ଲୋକ ଘର ଛାଡି ସୁରକ୍ଷିତ ସ୍ଥାନରେ ଆତ୍ମଗୋପନ କରିଛନ୍ତି । ବଙ୍କର ତଳେ ତିନି ଦିନ ହେଲାଣି ଅଛନ୍ତି ୟୁକ୍ରେନ୍ ବାସିନ୍ଦା ।

ୟୁକ୍ରେନ୍ ଦାବି କରିଛି ରୁଷର ମିଲିଟାରୀ ପ୍ଲେନକୁ ଖସାଇ ଦିଆଯାଇଛି । ହଜାରେରୁ ଅଧିକ ରୁଷ୍ ସୈନ୍ୟଙ୍କୁ ମାରି ସାରିଲେଣି ୟୁକ୍ରେନ୍ ସୈନ୍ୟ । ଯୁଦ୍ଧ ଘନଘଟା ଭିତରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ସେ କହିଛନ୍ତି, ୟୁକ୍ରେନର ବହୁ ରାଜ୍ୟରେ ଆକ୍ରମଣ କରୁଛି ରୁଷ୍ । ଆମେ କିଭକୁ କିନ୍ତୁ ହରାଇପାରିବା ନାହିଁ । ଆଜି ରାତିରେ କିଭରେ ଝଡ଼ ସୃଷ୍ଟି କରିପାରେ ରୁଷ୍ ସେନା । ଆଜି ରାତି ଆମ ପାଇଁ ସବୁଠୁ କଷ୍ଟଦାୟକ ହୋଇପାରେ ବୋଲି ଜେଲେନସ୍କି କହିଛନ୍ତି ।

Comments are closed, but trackbacks and pingbacks are open.