Latest Odisha News

ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ଯୋଗାଯୋଗ ବିଚ୍ଛିନ୍ନ

ରାୟଗଡ଼ା/କନ୍ଧମାଳ: ଦକ୍ଷିଣ ଓଡ଼ିଶାରେ ଗତ ୨୪ ଘଣ୍ଟା ଲଗାଣ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ରାସ୍ତା ନଷ୍ଟ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି ।

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ନଦୀରେ ଥିବା ଅସ୍ଥାୟୀ ପୋଲଟି ସମ୍ପୂର୍ଣ୍ଣ ଭାବେ ବର୍ଷା ଜଳରେ ଭାସିଯିବା ଫଳରେ ସେଠାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ଛି । ଏହି ଅଞ୍ଚଳ ଏବେ ଶୁକ୍ରବାର ରାତିରୁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି । ଏହି ରାସ୍ତାଟି ଏହି ଅଞ୍ଚଳର ସମୁଦାୟ ୬ଟି ପଞ୍ଚାୟତକୁ ଯୋଗାଯୋଗ କରୁଥିଲା ।

ଏହି ନଦୀ ଉପରେ ନିର୍ମାଣ କରାଯାଇଥିବା ସ୍ଥାୟୀ ସେତୁଟି ୨୦୧୭ ବନ୍ୟାରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା ।

ସେହିପରି ଭାବେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥରେ ଥିବା ଏକ ଅସ୍ଥାୟୀ କଲଭର୍ଟ ବର୍ଷାରେ ସମ୍ପୂର୍ଣ୍ଣ ଧୋଇଯାଇଛି । ଏହାଫଳରେ କନ୍ଧମାଳ, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

Comments are closed.