Latest Odisha News

BREAKING NEWS

ଜୁଲାଇ ୨୫ ଯାଏଁ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଜୁଲାଇ ୨୫ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି । ଦକ୍ଷିଣ-ପାଶ୍ଚୁମ ମୌସୁମୀ ଓଡିଶା ଦେଇ ଗତି କରୁଥିବାରୁ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ଅନେକ ଜିଲ୍ଲାକୁ ୨୫ ତାରିଖ ଯାଏଁ ୟେଲୋ ୱାର୍ନିଂ ଜାରି କରାଯାଇଛି ।

ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ ଅନୁଯାୟୀ, ଆଜିଠାରୁ ଉତ୍ତର ଓଡିଶା, ଉତ୍ତର ଉପକୂଳ, ଦକ୍ଷିଣ ଓଡ଼ିଶା ଓ ଦକ୍ଷିଣ ଉପକୂଳ ଅଞ୍ଚଳର ଅଧିକାଂଶ ସ୍ଥାନରେ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଥିବା କୁହାଯାଇଛି ।

ୟେଲୋ ୱାର୍ନିଂ ଜାରି କରାଯାଇଥିବା ଜିଲ୍ଲା ଗୁଡିକ ହେଉଛି

ଜୁଲାଇ ୨୩ ତାରିଖ ସକାଳ ୮.୩୦ ଯାଏଁ:

ସମ୍ବଲପୁର, ଦେଓଗଡ଼,ଅନୁଗୁଳ, ସୋନପୁର, ବୌଦ୍ଧ, ମୟୁରଭଞ୍ଜ ଓ ବାଲେଶ୍ଵର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି । ଏହାସହ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ , ଭଦ୍ରକ ଓ ବାଲେଶ୍ୱର ଆଦି ଜିଲ୍ଲାରେ ଏହିସମୟରେ ବଜ୍ରପାତର ସମ୍ଭାବନା ରହିଥିବା ପୂର୍ବନୁମାନ କରାଯାଇଛି ।

ଜୁଲାଇ ୨୩ ସକାଳ ୮.୩୦ ରୁ ଜୁଲାଇ ୨୪

ବରଗଡ଼, ବଲାଙ୍ଗୀର, ନୂଆପଡା, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ରାୟଗଡା ଆଦି ଜିଲ୍ଲାରେ ଗୋଟିଏ ଦୁଇଟୋ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଜୁଲାଇ ୨୪ ସକାଳ ୮.୩୦ ରୁ ୨୫ ଜୁଲାଇ ସକାଳ ୮.୩୦ ପର୍ଯ୍ୟନ୍ତ

ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ସୁନ୍ଦରଗଡ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି ।

Leave A Reply

Your email address will not be published.