Latest Odisha News

BREAKING NEWS

ଏହି ରୀତିନୀତି ସହ ନିୟମିତ କରନ୍ତୁ ସୂର୍ଯ୍ୟ ଦେବଙ୍କୁ ପୂଜା: ପାଇବେ ମନୋବାଞ୍ଛିତ ଫଳ

ଭୁବନେଶ୍ୱର: ହିନ୍ଦୁ ଧର୍ମର ଚଳନ୍ତି ପ୍ରତିମା ସୂର୍ଯ୍ୟ ଦେବ । ସୂର୍ଯ୍ୟ ଦେବତାଙ୍କ ପାଇଁ ରବିବାରଟି ସମର୍ପିତ ଅଟେ। ମାତ୍ର ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବାର କିଛି ସାଧାରଣ ନିୟମ ଓ କାରଣ ମଧ୍ୟ ରହିଛି। ଜାଣନ୍ତୁ…

ନିୟମିତ ସ୍ନାନ ପରେ ପ୍ରାତଃ କାଳରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ, ଏହା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ଏହି ଜଳ ଅର୍ପଣ ସମୟରେ ଏକ ଆସନ ଉପରେ ଠିଆ ହେବା ଆବଶ୍ୟକ ଅଟେ।

କାରଣ: ଜଳ ଅର୍ପଣ କରିବା ଦ୍ୱାରା ମନରେ ଆତ୍ମବିଶ୍ୱାସ ସଂଚାର ହୋଇଥାଏ। ଏହାଦ୍ୱାରା
ପରିବାରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ। ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ। ଆତ୍ମାର ସୁଦ୍ଧି ନିମନ୍ତେ ମଧ୍ୟ ଜଳ ଅର୍ପଣ କରାଯାଇଥାଏ।

ରୀତିନୀତି:ଏକ ତମ୍ବା ପାତ୍ରରେ ଜଳ, ଏକ ଲାଲ ରଙ୍ଗର ପୁଷ୍ପ, ଅରୁଆ ଚାଉଳ ଓ ନାଲି ରଙ୍ଗର ଚନ୍ଦନ ଦେଇ ଜଳ ଅର୍ପଣ କଲେ , ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିଥାଏ।

ଜଳ ଅର୍ପଣ ସମୟରେ ସୂର୍ଯ୍ୟଙ୍କୁ ସିଧାସଳଖ ଦର୍ଶନ ନ କରି ଅର୍ପଣ କରୁଥିବା ଜଳ ଧାରାରେ ଦର୍ଶନ କଲେ ବହୁ ଶୁଭ ହୋଇଥାଏ।

ଜଳ ଅର୍ପଣ ସମୟରେ ‘ଓଁ ସୂର୍ୟ୍ୟା ନମଃ’ ମନ୍ତ୍ର ଜପ କରିବା ଉଚିତ୍‍।

ଜଳ ଅର୍ପଣ କରିବା ସମୟରେ ତଳେ ଏକ ପାତ୍ରକୁ ରଖନ୍ତୁ, ଯେପରି ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରୁଥିବା ଜଳ ସେହି ପାତ୍ର ମଧ୍ୟରେ ପଡିବ। ଏହାକୁ କୌଣସି ଜଳାଶୟ କିମ୍ବା ବୃକ୍ଷ ମୂଳର୍ବ ଢାଳି ଦିଅନ୍ତୁ।

Leave A Reply

Your email address will not be published.