Latest Odisha News

BREAKING NEWS

ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା: ଆଇଏମଡି

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଘନୀଭୂତ ହେଉଥିବା ଲୋ-ପ୍ରେସର୍ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି ।

“ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗର ଗାଙ୍ଗେୟ ଏବଂ ଝାଡଖଣ୍ଡର ନିକଟବର୍ତ୍ତ ସ୍ଥାନରେ ସାମୁଦ୍ରିକ ଝଡ ପୂର୍ବ ମଧ୍ୟପ୍ରଦେଶ ଓ ଛତିଶଗଡ ଦେଇ ଦକ୍ଷିଣ-ପଶ୍ଚିମ ଦିଗ ଦେଇ ଗତି କରୁଛି । ଯାହାର ପ୍ରଭାବରେ ଉତ୍ତର-ପଶ୍ଚିମବଙ୍ଗ ଓ ପଡୋଶୀ ଜିଲ୍ଲାଗୁଡିକରେ ଅଗଷ୍ଟ ୨୯ ତାରିଖ ମଧ୍ୟରେ ଏକ ଲଘୁଚାପରେ ପରିଣତ ହେବ ।

ଜଳବାୟୁ ପରିସ୍ଥିତିକୁ ନଜରରେ ରଖି ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅଗଷ୍ଟ ୨୯ (ୟେଲୋ ୱାର୍ଣ୍ଣିଂ)

ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ଢେଙ୍କାନାଳ, କଟକ, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।

ଅଗଷ୍ଟ ୩୦ (ୟେଲୋ ୱାର୍ଣ୍ଣିଂ)

ପୁରୀ, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ରାୟଗଡା, ମୟୂରଭଞ୍ଜ, କେନ୍ଦୁଝର, ଜଗତସିଂହପୁର ଓ ନୟାଗଡ

ଅଗଷ୍ଟ ୩୧ (ଅରେଞ୍ଜ ୱାର୍ଣ୍ଣିଂ)

କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ନୂଆପଡା ଏବଂ କନ୍ଧମାଳ

(ୟେଲୋ ୱାର୍ଣ୍ଣିଂ)

ବରଗଡ, ସୋନପୁର, ବୌଦ୍ଧ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଗଜପତି, ରାୟଗଡା ଓ ସମ୍ବଲପୁର ।

Leave A Reply

Your email address will not be published.