Latest Odisha News

BREAKING NEWS

ଜିଓ ଫାଇବରକୁ ଟକ୍କର ଦେବ ଏୟାରଟେଲ୍‌ ଭି- ଫାଇବର

ନୂଆଦିଲ୍ଲୀ: ଜାରି ରହିଛି ଏୟାରଟେଲ ଓ ଜିଓର ଲଢେ଼ଇ । ଜିଓ ଫାଇବରକୁ ଟକ୍କର ଦେବା ପାଇଁ ଏୟାରଟେଲ ଏହାର ୩ଟି ଭି-ଫାଇବର ବ୍ରଡ଼ବ୍ୟାଣ୍ଡ ପ୍ଲାନରେ ବ୍ୟଭରକାରୀଙ୍କୁ ଛଅ ମାସ ପର୍ଯ୍ୟନ୍ତ ଅତିରିକ୍ତ ୧୦୦୦ ଜିବି ଡାଟା ମିଳିବ ବୋଲି ଘୋଷଣା କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଏୟାରଟେଲର ସର୍ବମୋଟ ଚାରିଟି ବ୍ରୋଡବ୍ୟାଣ୍ଡ ପ୍ଲାନ୍‌ ରହିଛି। ଯାହାର ଆରମ୍ଭ ୭୯୯ଟଙ୍କାରୁ ହୋଇଥାଏ। ଏହାପରେ ୧,୦୯୯ ଟଙ୍କା, ୧,୫୯୯ଟଙ୍କା ଓ ଶେଷରେ ରହିଛି ୧,୯୯୯ଟଙ୍କାର ପ୍ଲାନ୍‌ ।

ଏୟାରଟେଲ ଭି ଫାଇବର ଆଗାମୀ ସମୟରେ ରିଲାଏନ୍ସ ଜିଓ ଫାଇବରକୁ କଡ଼ା ଟକ୍କର ଦେବ। କମ୍ପାନି ଏହି ଭି ଫାଇବରର ବେସିକ୍‌ ପ୍ଲାନ୍‌ ୭୯୯ଟଙ୍କାରେ ମିଳୁଛି । ଏବଂ ଏହା ଜରିଆରେ ଗ୍ରାହକଙ୍କୁ ୧୦୦ ଜିବି ଡାଟା ମଧ୍ୟ ମିଳିବ।

ଏୟାରଟେଲ ଏଣ୍ଟରଟେରମେଣ୍ଟ ପ୍ଲାନ:

ଏହା ଏୟାରଟେଲ ଭି ଫାଇବରର ଦ୍ୱିତୀୟ ପ୍ଲାନ୍‌, ଯାହାର ମୂଲ୍ୟ ୧,୦୯୯ ଟଙ୍କା ରହିଛି । ଏହି ପ୍ଲାନ୍‌ରେ ବ୍ୟବହାରକାରୀଙ୍କୁ ୧୦୦ ଜିବି ଅତିରିକ୍ତ ଡାଟା ମିଳିବ।

ଏୟାରଟେଲ ପ୍ରିମୀୟମ ପ୍ଲାନ:

ସେହିପରି ୧୫୯୯ଟଙ୍କାର ଏହି ପ୍ଲାନ୍‌ରେ ବ୍ୟବହାରକାରୀଙ୍କୁ ୧୦୦ ଜିବି ଅତିରିକ୍ତ ଡାଟା ଦିଆଯିବ ବୋଲି ଜଣାପଡିଛି । ଏହି ସମସ୍ତ ପ୍ଲାନର ବୈଧତା ୬ ମାସ ଯାଏଁ ରହିବ ବୋଲି ଏୟାରଟେଲ ପକ୍ଷରୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.