Latest Odisha News

BREAKING NEWS

୩ ଘଣ୍ଟା ସତର୍କ ରୁହନ୍ତୁ! ବଜ୍ରପାତ ଓ ବର୍ଷା ହେବା ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିଲାଗି ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଫଳରେ ଗତ କିଛି ଦିନ ହେବ ଭିନ୍ନ ଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

ଜିଲ୍ଲା ଗୁଡିକ ହେଉଛି ନୂଆପଡ଼ା, ବରଗଡ଼, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ସୋନପୁର, ସମ୍ବଲପୁର, ଝାରସୁଗୁଡା। ଏହି ସବୁ ଜିଲ୍ଲାକୁ ସତର୍କ ରହିବାକୁ ପାଣିପାଗ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ୩ ଘଣ୍ଟା ଏସବୁ ଜିଲ୍ଲାକୁ ସତର୍କ ଓ ସଜାଗ ରହିବା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ଚେତେଇ ଦେଇଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ୩ ଘଣ୍ଟା ମଧ୍ୟରେ ଘଡଘଡି ସହ ପ୍ରବଳ ବର୍ଷା ହେବାର କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ସେଥିପାଇଁ ପାଣିପାଗ ଉପରେ ଧ୍ୟାନ ରଖି ବଜ୍ରପାତରୁ ନିଜକୁ ରକ୍ଷା କରିବା ପାଇଁ ପରାମର୍ଶ ଦେଇଛି ରାଜ୍ୟ ପାଣିପାଗ ବିଭାଗ । ନିଜକୁ ବଜ୍ରପାତ ମୁକ୍ତ ଅଞ୍ଚଳରେ ରଖି ସୁରକ୍ଷା କରିବାକୁ ପାଣିପାଗ ବିଭାଗ କହିଛି । ରାଜଧାନୀବାସୀଙ୍କୁ ମଧ୍ୟ ବିଶେଷ ସତର୍କତା ଅବଲମ୍ବନ କରିବା ପାଇଁ କହିଛି ପାଣିପାଗ ବିଭାଗ ।

Comments are closed.