Latest Odisha News

BREAKING NEWS

ଢେଙ୍କାନାଳରେ ବର୍ଷା ବିତ୍ପାତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କଙ୍କଡାହାଡ଼ ବ୍ଲକ ବିରାଶାଳ ଗାଁରେ ଲଗାଣ ବର୍ଷା ଯୋଗୁଁ ବିଶାଳକାୟ ବୃକ୍ଷ ଉପୁଡି ପଡିବା ସହ ବିଦ୍ୟୁତ ତାର ଗୁଡିକ ଛିଣ୍ଡି ପଡିଛି । ଫଳରେ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇ ପଡିଛି । ଲଗାଣ ବର୍ଷା ଯୋଗୁଁ ବିରାଶାଳ ଗାଁର ଝରିଆ ପାତ୍ରଙ୍କ ଘର ମାଟି ଅତଡ଼ା ଖସି ସମ୍ପୂର୍ଣ ଭାଙ୍ଗିରୁଜି ଯାଇଛି l ଫଳରେ ଝରିଆ ପାତ୍ର ନିଜ ପରିବାର ଲୋକଙ୍କୁ ଧରି ଗାଁ ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଥିବା ସୂଚନା ମିଳିଛି ।ତୁରନ୍ତ ତାଙ୍କୁ ଝରିଆଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି l କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ,କଙ୍କଡ଼ାହାଡ଼ , କାମାକ୍ଷାନଗର ଓ ଭୁବନରେ ବର୍ଷାର ପ୍ରଭାବ ଜାରି ରହିଛି ।

ଢେଙ୍କାନାଳ ଜିଲ୍ଲା ଲଘୁଚାପ ଜନିତ ବର୍ଷା ଯୋଗୁଁ ରେଡ଼ ଆଲର୍ଟରେ ରହିଥିବା କାରଣରୁ ଜିଲ୍ଲାର ସମସ୍ତ ୮ଟି ବ୍ଲକକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଘୋଷଣା କରାଯାଇଛି । ଲୋକମାନେ ବିନା କାରଣରେ ଘରୁ ନବହାରିବାକୁ କଡା ନିର୍ଦ୍ଦେଶ ହୋଇଛି ।

Leave A Reply

Your email address will not be published.