Latest Odisha News

ବାଙ୍ଗାଲୋର ଆଗରେ ୨୨୭ ରନର ବିଜୟ ଲକ୍ଷ୍ୟ

ବେଙ୍ଗାଲୁରୁ : ବାଙ୍ଗାଲୋର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲର ଆଗରେ ୨୨୭ ରନର ବିଜୟ ଲକ୍ଷ୍ୟ ରଖିଛି ଚେନ୍ନାଇ ସୁପରକିଙ୍ଗସ୍ ।  ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୨୬ ରନ କରିଥିଲା । ଦଳ ପକ୍ଷରୁ ଡେଭନ କନଓ୍ବେ ସର୍ବାଧିକ ୮୩ ରନ କରିଥିଲେ । ସେ ୪୫ଟି ବଲରୁ ୬ଟି ଛକା ଓ ୬ଟି ଚୌକା ସହ ଏହି ସ୍କୋର କରିଥିଲେ । ଶିବମ ଦୁବେ ୫୨ ଓ ଅଜିଙ୍କ୍ୟ ରାହାଣେ ୩୭ ରନ କରିଥିଲେ । ମୋଇନ ଅଲ୍ଲି ୧୯ରନ କରିଥିବାବେଳେ ଅମ୍ବାତି ରାୟଡୁ ୧୪ରନ କରିଥିଲେ ।

ବାଙ୍ଗାଲୋର ପକ୍ଷରୁ ମହମ୍ମଦ ସିରାଜ, ଓ୍ବେନ ପାର୍ନେଲ, ବିଜୟ କୁମାର ବିସାକ୍ ଗ୍ଲେନ ମାକ୍ସଓ୍ବେଲ, ଓ୍ବାନିଣ୍ଡୁ ହସରଙ୍ଗା ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ଏହି ମ୍ୟାଚରେ ବାଙ୍ଗାଲୋର ଦଳ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଚଳିତ ଆଇପିଏଲରେ ଉଭୟ ଚେନ୍ନାଇ ଓ ବାଙ୍ଗାଲୋର ୪ଟି ଲେଖାଏଁ ମ୍ୟାଚ ଖେଳି ୨ଟିରେ ବିଜୟ ସହ ୪ ପଏଣ୍ଟ ଲେଖାଏଁ ପାଇଛନ୍ତି । ତେବେ ରନ ରେଟ ଭିତ୍ତିରେ ଚେନ୍ନାଇ ୬ ନମ୍ବର ସ୍ଥାନରେ ଥିବାବେଳେ ବାଙ୍ଗାଲୋର ୭ମ ସ୍ଥାନରେ ରହିଛି ।

Leave A Reply

Your email address will not be published.