Latest Odisha News

BREAKING NEWS

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ: ପୂଜା କମିଟି ସହ ସରକାରଙ୍କ ଆଲୋଚନା

ଭୁବନେଶ୍ୱର: ମୂର୍ତ୍ତି ଉଚ୍ଚତାକୁ ନେଇ ଅସନ୍ତୋଷ ପରେ ଆଲୋଚନା ଟେବୁଲକୁ ପୂଜା କମିଟିକୁ ଡାକିଛନ୍ତି ସରକାର । ଏନେଇ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଉପସ୍ଥିତ ଅଛନ୍ତି ।

କଟକର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟକୁ ବୈଠକ ପାଇଁ ନିମନ୍ତ୍ରଣ କରିଥିଲେ ରାଜ୍ୟ ସରକାର । ବୈଠକ ସୁବାସ ସିଂ, ଦେବାଶିଷ ସାମନ୍ତରାୟ, ପ୍ରଭାତ ବିଶ୍ୱାଳ ଓ କଟକର ବିଭିନ୍ନ ପୂଜା କମିଟି ସଦସ୍ୟ ଉପସ୍ଥିତ ଅଛନ୍ତି ।

ମୂତ୍ତି ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ ବୋଲି ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ଯାହାକୁ ବିଭିନ୍ନ ପୂଜା କମିଟି ବିରୋଧ କରୁଛନ୍ତି । ଗତକାଲି ଏହି ପ୍ରସଙ୍ଗକୁ ବିଧାନସଭାରେ ବିରୋଧୀ କଂଗ୍ରେସ ଉଠାଇଥିଲା ।

ପୂର୍ଣ୍ଣ ମୃଣ୍ମୟ ମୂର୍ତ୍ତି ସହ କୋଭିଡ୍ କଟକଣାରେ ମନ୍ଦିର ଭଳି ମଣ୍ଡପରେ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରିବାକୁ ଦାବି କରିଥିଲେ କଂଗ୍ରେସ ଓ ବିଜେପି ବିଧାୟକ ।

Leave A Reply

Your email address will not be published.