Latest Odisha News

ମଝି ଆକାଶରେ ଦୁର୍ଘଟଣା; ଏୟାରଲିଫ୍ଟ ବେଳେ ଖସିପଡିଲା ହେଲିକପ୍ଟର

କେଦାରନାଥ: ବାୟୁ ସେନା ବିମାନ MI-17ରୁ ଖସିପଡିଲା ହେଲିକପ୍ଟର। ଉତ୍ତରାଖଣ୍ଡର କେଦାରନାଥ ଧାମରେ ​​ଲ୍ୟାଣ୍ଡ କରିବା ସମୟରେ ଏକ କ୍ରିଷ୍ଟାଲ ହେଲିକପ୍ଟରଟି ଖସିପଡ଼ିଥିବା ଜଣାପଡିଛି।

ହେଲିକପ୍ଟର ଦୁର୍ଘଟଣା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ବାୟୁ ସେନା ବିମାନ MI-17 ଆଜି ସକାଳେ ଏକ କ୍ରିଷ୍ଟାଲ ହେଲିକପ୍ଟରକୁ ସଜାଡିବା ପାଇଁ ଏୟାରଲିଫ୍ଟ କରାଯାଇଥିଲା। ଏୟାରଲିଫ୍ଟ ସମୟରେ କୌଣସି କାରଣବଶତଃ ମଝି ଆକାଶରେ ଏହାର ଚେନ୍ ଛିଡି ଯିବାରୁ ମନ୍ଦାକିନୀ ନଦୀ ନିକଟରେ ଖସିପଡିଥିଲା ହେଲିକପ୍ଟର। ଫଳରେ ହେଲିକପ୍ଟରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ଏହି ଦୁର୍ଘଟଣାରେ କେହି ଆହତ ହୋଇଛନ୍ତି କି ନାହିଁ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଖବର ପାଇ ଘଟଣାସ୍ଥଳରେ ଏସଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଗତ ମେ’ ୨୪ରେ ଏହି ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ମରାମତି ନିମନ୍ତେ ଏହାକୁ ଉତ୍ତରପ୍ରଦେଶର ଗୌଚାର ଏୟାରଷ୍ଟ୍ରିପକୁ ନିଆଯାଉଥିଲା। ଏହାକୁ ଠିକ୍‌ କରିବା ପାଇଁ ଭାରତୀୟ ବାୟୁସେନାର ବିମାନ MI-17 କ୍ରିଷ୍ଟାଲ ହେଲିକପ୍ଟରକୁ ସଜାଡିବା ପାଇଁ ଏୟାରଲିଫ୍ଟ କରିଥିଲା ।

Comments are closed.