Latest Odisha News

BREAKING NEWS

[ଭିଡିଓ] ସମୁଦ୍ରରେ ଗାଧୋଉ ଥିବା ବେଳେ କ୍ରାଶ ହେଲା ହେଲିକେପ୍ଟର

ୱାସିଂଟୋନ: ବହୁ ସଂଖ୍ୟାରେ ଲୋକମାନେ ଗାଧୋଉ ଥିବା ବେଳେ ସମୁଦ୍ରରେ କ୍ରାଶ ହେଲା ହେଲିକେପ୍ଟର । ଫ୍ଲରିଡାର ମିଆମି ବିଚରେ ଏପରି ଘଟଣା ଘଟିଛି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଏହି ହେଲିକେପ୍ଟରେ ୩ ଜଣ ଲୋକଥିଲେ । ୩ ଜଣ ଲୋକଙ୍କୁ ନେଇ ଯାଉଥିବା ରବିନସନ ଆର ୪୪ ହେଲିକେପ୍ଟର ସମୁଦ୍ରରେ କ୍ରାଶ ହୋଇଥିଲା । ହେଲିକେପ୍ଟର ଟି ସମୁଦ୍ରରେ କ୍ରାଶ ହେବା ପରେ ସେଠାରେ ଗାଧୋଉଥିବା ଲୋକମାନେ ସୁରକ୍ଷା ଏଜେନ୍ସିକୁ ଖବର ଦେଇଥିଲେ ।

ଖବର ପାଇ ତୁରନ୍ତ ପୋଲିସ ଓ ମିଆମି ବିଚର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ୩ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଉଦ୍ଧାର କରି ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଏହି ଘଯଣା ପରେ ସମୁଦ୍ର କୂଳରେ ଲୋକଙ୍କୁ ଗାଧୋଇବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା ।

Comments are closed, but trackbacks and pingbacks are open.