Latest Odisha News

BREAKING NEWS

ତେଲ ସରିଯିବାରୁ ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର

ଢେଙ୍କାନାଳ: ଚାଲିଥିଲା ପଲିଶ୍ରୀ ମେଳା । ହଠାତ୍ ଅବତରଣ କଲା ଏକ ସନ୍ଦିଗ୍ଧ ହେଲିକପ୍ଟର । ଢେଙ୍କାନାଳରେ ଅଚାନକ ଅବତରଣ କରିଥିବା ଏକ ସନ୍ଦିଗ୍ଧ ହେଲିକପ୍ଟରକୁ ନେଇ ଚର୍ଚ୍ଚା ହୋର ଧରିଥିଲା । ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ପ୍ରଶାସନ ପାଖରେ ଏନେଇ କୌଣସି ସୂଚନା ନଥିବା ବେଳେ ହେଲିକପ୍ଟରରେ ଏସିଇ ଏୟାର ସର୍ଭିସ୍ ଲେଖା ହୋଇଥିବା ଦେଖିବାକୁ ମିଳିଥିଲା । ଏହି ହେଲିକପ୍ଟରକୁ ନେଇ ଦ୍ଵନ୍ଦ ରହିଥିବା ବେଳେ ବର୍ତ୍ତମାନ ତା’ର କାରଣ ଜଣାପଡିଛି ।

ହେଲିକପ୍ଟର ଅବତରଣକୁ ନେଇ ପ୍ରକୃତ ଘଟଣା ସାମ୍ନାକୁ ଆସିବା ପରେ ଏବେ ସବୁ ସନ୍ଦେହ ଦୁର ହୋଇଥିବାବେଳେ ସହରରେ ଏହା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ତେଲ ସରି ଯାଇଥିବାରୁ ଜରୁରୀ ଅବତରଣ କରିଥିଲା ହେଲିକପ୍ଟର । ଏହାପରେ ହେଲିକପ୍ଟରରେ ତେଲ ଆଣି ପକାଯାଇବା ଦେଖିବାକୁ ମିଳିଛି । ତେଲ ଆଣି ପକାଇବା ପରେ ପୁଣି ଉଡାଣ ଭରିଛି ହେଲିକପ୍ଟରଟି ।

ସୂଚନାଯୋଗ୍ୟ ଯେ, ଆଜି ସକାଳୁ ସକାଳୁ ଏକ ଧଳା ରଙ୍ଗର ହେଲିକପ୍ଟର ଢେଙ୍କାନାଳ ସ୍ଥିତ ମହିଷା ପାଟ ପଲ୍ଲିଶ୍ରୀ ପଡ଼ିଆରେ ଅବତରଣ କରିଥିଲା । ଏହି ହେଲିକପ୍ଟରଟି କେଉଁଠୁ ଆସିଥିଲା ଏବଂ ଏଥିରେ କିଏ ଆସିଥିଲା ସେନେଇ କୌଣସି ସୂଚନା ମିଳିନଥିଲା । ତେବେ ସନ୍ଦିଗ୍ଧ ହେଲିକପ୍ଟରର ସୂଚନା ପାଇବା ପରେ ପୋଲିସ ଏବଂ ଫ୍ଲାଇଙ୍ଗ ସ୍କ୍ୱାଡ଼ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବାରୁ ଏଭଳି ଘଟଣା ସୁରକ୍ଷା ଚିନ୍ତା ବଢ଼ାଇ ଦେଇଛି ।

Leave A Reply

Your email address will not be published.