Latest Odisha News

BREAKING NEWS

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ବଢିଲା ଭୋଟିଂ ଟାଇମ

ନୂଆଦିଲ୍ଲୀ: ନିର୍ବାଚନର ଉଷ୍ମତା ଯେତିକି ବଢିଚାଲିଛି ଗ୍ରୀଷ୍ମ ପ୍ରବାହର ତାତି  ମଧ୍ୟ ସେତିକି ଶୀର୍ଷରେ ରହିଛି। ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ସତର୍କ ଅଛନ୍ତି । ବିହାର ପରେ ନିର୍ବାଚନ ଆୟୋଗ ତେଲଙ୍ଗାନାରେ ଭୋଟ ସମୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।ପୂର୍ବ ସମୟ ଅନୁଯାୟୀ ଭୋଟ ସକାଳ ୭ଟାରୁ ୫ଟା ରଖାଯାଇଥିଲା । ବର୍ତମାନ ଏହା ସକାଳ ୭ଟାରୁ ୬ଟା ପର୍ଯ୍ୟନ୍ତ ହେବ । ଆସନ୍ତା ୧୩ ତାରିଖ ଦିନ ତେଙ୍ଗୋନାରେ ହେବାକୁ ଥିବା ଲୋକ ସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ନିର୍ବାଚନ ଆୟୋଗ ଲୋକ ସଭା ନିବାଚନମଣ୍ଡଳୀ ତଥା ଅନେକ ବିଧାନସଭା ଆସନ ପାଇଁ ଭୋଟ ସମୟ ବୃଦ୍ଧି କରିଛନ୍ତି ।

ବୁଧବାର ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ଅଧିକାଂଶ ଅଞ୍ଚଳରେ ମେ ୬ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରିରହିବ ।ନିର୍ବାଚନ ଆୟୋଗ ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ୧୨ ଟି ଲୋକ ସଭା ନିର୍ବାଚନମଣ୍ଡଳୀରେ ସମସ୍ତ ବିଧାନସଭା ନିର୍ବାଚନରେ ମତଦାନ ପାଇଁ ପରିବର୍ତ୍ତିତ ସମୟ ଲାଗୁ ହେବ । କରିମନଗର, ଜହିରବାଦ, ନିଜାମାବାଦ, ମାଲକଜଗିରି,  ମେଡାକ, ସେକୁଣ୍ଡରାବାଦ, ହାଇଦ୍ରାବାଦ, ମହାବୁବନଗର, ଚେଭେଲା, ନାଗାର୍କୁରୁଲ , ନାଲଗୋଣ୍ଡା ଏବଂ ଭୋଙ୍ଗୀର ଲୋକ ସଭା ଆସନ ପାଇଁ ଭୋଟ ସମୟ ସକାଳ ୭ ଟାରୁ ୬ ଟା ପର୍ଯ୍ୟନ୍ତ ରଖାଯାଇଛି।ଏନେଇ ଜାତୀୟ ନ୍ୟୁଜ ଏଜେନ୍ସି ପିଟିଆଇ ସୂତ୍ରରୁ ଜଣାପଡିଛି।

Leave A Reply

Your email address will not be published.