Latest Odisha News

BREAKING NEWS

ବୁଦ୍ଧ ମନ୍ଦିରରେ ପୁନଃ ସ୍ଥାପିତ ହେଲା ମୂର୍ତ୍ତି

ଭୁବନେଶ୍ୱର: ଗତ ଫନି ମହାବାତ୍ୟାରେ ଉପୁଡ଼ି ପଡ଼ିଥିବା ବୋଧୀଦ୍ରୁମର ପୁନଃ ସ୍ଥାପନ ଓ ବୈଜ୍ଞାନିକ ପ୍ରକ୍ରିୟାର ସଫଳତା ପରେ, ଆଜି ବୋଧୀଦ୍ରୁମ ପରିସରରେ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତୀକୁ, ସର୍ବଭାରତୀୟ ମହାବୋଧି ସମିତିର ସାଧାରଣ ସମ୍ପାଦକ ମହାମାନ୍ୟ ଶିଓଲି ଥେରୋ ପୁନଃ ପ୍ରତିଷ୍ଠା କରିଛନ୍ତି । ଏହି ଅବସରରେ ଓଡ଼ିଶା ଶାଖାର ଭାରପ୍ରାପ୍ତ ଭୀକ୍ଷୁ ଆଶାଜୀ ଥେରୋ ସୂତ୍ର ପାଠ କରିଥିଲେ ।

ଉପସ୍ଥିତ ସଦସ୍ୟମାନଙ୍କୁ ମାର୍ଗଦର୍ଶନ ଦେଇ ଶିଓଲିଜୀ କହିଲେ ଯେ, ବୁଦ୍ଧଙ୍କର ପ୍ର୍ରତ୍ୟେକଟି ବାଣୀ କାଳଜୟୀ । ମାନବ ଜାତିର କେବଳ କଲ୍ୟାଣ ନୁହେଁ, ସମଗ୍ର ଜୀବଜଗତର କଲ୍ୟାଣ ପାଇଁ ବୁଦ୍ଧଙ୍କର ବାଣୀ ଅଭିପ୍ରେତ । ସଭାପତି ଡଃ ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ଡଃ ସୌରେନ୍ଦ୍ର କୁମାର ମହାପାତ୍ର ସ୍ୱାଗତ ଭାଷଣ ଓ ବିମଳ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ସର୍ବଭାରତୀୟ ଉପସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଆଗାମୀ ବୁଦ୍ଧ ପୂର୍ଣ୍ଣିମାରେ ଆନ୍ତର୍ଜାତିକ ଶାନ୍ତିସ୍ତୁପର ଶିଳାନ୍ୟାସ କରିବାକୁ ପ୍ରସ୍ତାବ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଅବସର ବେଉରିଆ, ନମ୍ରତା ଚଢା, ଅସୀତ ମହାନ୍ତି, ନରେନ୍ଦ୍ର କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.