Latest Odisha News

BREAKING NEWS

କରୋନା ଚିକିତ୍ସା ପାଇଁ ‘Covifor’ ଇଞ୍ଜେକସନକୁ ମିଳିଲା ଗ୍ରୀନ୍ ସିଗନାଲ୍

କରୋନା ଲଢ଼େଇ ବେଳେ ଚିକିତ୍ସା ନେଇ ନୂଆ ନୂଆ ଆଶା ସଞ୍ଚାର ହେଉଛି । ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ କମ୍ପାନୀର ‘FabiFlu’ ପରେ ଆଉ ଏକ ଆଣ୍ଟିଭାଇରାଲ୍ ମେଡିସିନ୍ ବିକ୍ରି ପାଇଁ ଅନୁମତି ପାଇଛି ଭାରତୀୟ ଔଷଧ ନିର୍ମାତା କମ୍ପାନୀ ହେଟରୋ । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରେମଡେଶିଭିର (Remdesivir) ଉତ୍ପାଦନ ଓ ବିକ୍ରି ପାଇଁ ଅନୁମତି ଦେଇଛି ଭାରତୀୟ ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ । ହେଟେରୋର ଜେନେରିକ୍ ଭର୍ସନ ରେମଦେଶୀଭିର ‘Covifor’ ବ୍ରାଣ୍ଟ ନାଁରେ ବଜାରରେ ଉପଲବ୍ଧ ହେବ । ଏହା ଏକ ଇଞ୍ଜେକସନ୍ ।

ଖୁବ ଶୀଘ୍ର ଭାରତୀୟ ବଜାରରେ ଉପଲବ୍ଧ ହେବ ‘Covifor’। କରୋନା ଚିକିତ୍ସା କ୍ଷେତ୍ରରେ ଏହା ଗେମ୍ ଚେଞ୍ଜର ହେବ ବୋଲି Hetero Group Of Companies ଅଧ୍ୟକ୍ଷ ଡାକ୍ତର ବି. ପାର୍ଥ ସାରଥୀ ରେଡ୍ଡୀ କହିଛନ୍ତି । ଏହାର ଦାମ କେତେ ଟଙ୍କା ରହିବ କିଛି ସ୍ପଷ୍ଟ କରି ନାହାନ୍ତି କମ୍ପାନୀ କର୍ତ୍ତୃପକ୍ଷ । ତେବେ ଆମେରିକାର ଫାର୍ମା କମ୍ପାନୀ ଗିଲିଡ୍ ସାଇନସେସ୍ ରେମଡେଶିଭିର (Remdesivir) ର ପେଟେଣ୍ଟ ହୋଲଡର ଅଛି।

Leave A Reply

Your email address will not be published.