Latest Odisha News

BREAKING NEWS

ଆସୁଛି ବଡ଼ କାଳବୈଶାଖୀ, ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ବର୍ଷା ଓ ଘଡ଼ଘଡ଼ି ନେଇ ସତର୍କ କରିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସୁଛି ବଡ଼ କାଳବୈଶାଖୀ। ୧୯ ଓ ୨୦ ତାରିଖରେ ବିଜୁଳି ଘଡଘଡି ସହ ବର୍ଷା ହେବ । ଘଡ଼ଘଡ଼ି ମାରିବା ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଏସଆରସି ସବୁ ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆଉ କ୍ଷୟକ୍ଷତି ହେଲେ ରିପୋର୍ଟ ଦେବାକୁ କୁହାଯାଇଛି । ଆଜି ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ଆସନ୍ତା କାଲି ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ ଏବଂ ୧୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଛି । ବଜ୍ରପାତ ସହିତ ୩୦ ରୁ ୪୦ କିମିରେ ପବନ ବହିବ ବୋଲି ପୂର୍ବାନୁମାନ କରାଯାଇଛି ।

କାଳବୈଶାଖୀ ଯୋଗୁଁ ୨୨ ତାରିଖ ଯାଏଁ ତାତିରୁ ଆଶ୍ୱସ୍ତି ମିଳିବ । ଏହି ସମୟ ମଧ୍ୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରୀ କମିବ । ବିଜୁଳି ଓ ଘଡଘଡି ବିପଦଜନକ ହୋଇଥିବାରୁ କାଳବୈଶାଖୀ ସମୟରେ ସତର୍କ ରହିବା ସହ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି । ୨୨ ତାରିଖ ପରେ ପାଣିପାଗରେ ପରିବର୍ତ୍ତନ ଆସିବ ଓ ଦିନର ତାପମାତ୍ରା ବଢିବା ସମ୍ଭାବନା ରହିଛି ।

ରାଜ୍ୟରେ ୧୯ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଲା, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ. ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର । ସେହିଭଳି ୨୦ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଉଛି, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ, ପୁରୀ, କନ୍ଧମାଳ , ଗଞ୍ଜାମ, ଗଜପତି , ରାୟଗଡା ଓ କୋରାପୁଟ । ଏହି ଜିଲ୍ଲାଗୁଡିକରେ ବିଜୁଳି ଘଡଘଡି ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି ।

Leave A Reply

Your email address will not be published.