Latest Odisha News

BREAKING NEWS

ଯୋଗୀଙ୍କୁ ଝଟକା : ସିଏଏ ବିରୋଧୀଙ୍କ ବ୍ୟାନର ଉଠିବ

ଲକ୍ଷ୍ନୌ: ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଝଟକା ଲାଗିଛି । ସିଏଏ ବିରୋଧୀ ଆନ୍ଦୋଳନକାରୀ ଫଟୋ ଲାଗିଥିବା ହୋର୍ଡିଂ ହଟାଇବାକୁ ସୋମବାର ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପୋଷ୍ଟର ନେଇ  ବିବାଦ ଦେଖାଦେଇଥିଲା। ଏଥିରେ ଫଟୋ ବ୍ୟତୀତ ସେମାନଙ୍କ ନାମ ଏବଂ ଠିକଣା ମଧ୍ୟ ସ୍ଥାନ ପାଇଥିଲା। କୋର୍ଟ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଲକ୍ଷ୍ନୌ ଡିଭିଜନ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଏହି ଅଭିଯୁକ୍ତମାନଙ୍କ ଫଟୋ ଥିବା ହୋର୍ଡିଂ ହଟାଯିବା ନେଇ ସେ ନିଶ୍ଚିତ କରନ୍ତୁ।

କୋର୍ଟ ପୂର୍ବରୁ ନିର୍ଦ୍ଦଶ ଦେଇଥିଲେ, ଏନେଇ ସେମାନେ ମାର୍ଚ୍ଚ ୧୬ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଥିଲେ। ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଗୋବିନ୍ଦ ମାଥୁର ଏବଂ ଜଷ୍ଟିସ୍ ରମେଶ ସିହ୍ନା ଏହି ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ କୋର୍ଟ ଏହି ମାମଲାର ଶୁଣାଣି କରି ରବିବାର କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। କୋର୍ଟ ପାଇଁ ଛୁଟି ଦିନ ଥିବା ସତ୍ତ୍ୱେ ଏହି ଦିନ କୋର୍ଟ ବସିଥିଲା। କୋର୍ଟ ଏହି ଘଟଣାକୁ ‘ଅନ୍ୟାୟ’ ବୋଲି କହିଛନ୍ତି। ନାଗରିକଙ୍କ ଗୋପନୀୟତା ଅଧିକାର ଏହି ଘଟଣାରେ ଉଲ୍ଲଂଘନ ହୋଇଛି। କୋର୍ଟ କହିଥିଲେ ।

Comments are closed.