Latest Odisha News

BREAKING NEWS

ନ ଖେଳି ବି ଟି୨୦ ର‌୍ୟାଙ୍କିଙ୍ଗର ଶୀର୍ଷରେ ସୂର୍ଯ୍ୟକୁମାର

ମୁମ୍ବାଇ: ଆଇସିସି ପକ୍ଷରୁ ବୁଧବାର ଟି୨୦ ର‌୍ୟାଙ୍କିଙ୍ଗ ଜାରୀ କରାଯାଇଛି । ପାଖାପାଖି ୩ ମାସ ହେବ ମ୍ୟାଚ ନ ଖେଳି ବି ଭାରତର ସୂର୍ଯ୍ୟକୁମାର ଯାଦବ ଶୀର୍ଷ ସ୍ଥାନ ବଜାୟ ରଖିଛି । ଗତ ବର୍ଷ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ଅବସରରେ ସୂର୍ଯ୍ୟକୁମାର ଆଘାତପ୍ରାପ୍ତ ହୋଇଥିଲେ । ସେବେଠାରୁ ସେ ଆଉ କୌଣସି ମ୍ୟାଚ ଖେଳି ନାହାନ୍ତି । ସୂର୍ଯ୍ୟକୁମାର ଆଇପିଏଲରେ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଆଇପିଏଲରେ ସେ ଫର୍ମ ଏବଂ ଫିଟନେସର ଉପଯୁକ୍ତ ପ୍ରମାଣ ଦେଇ ଟି୨୦ ବିଶ୍ୱକପ ଦଳରେ ସାମିଲ ହେବା ପାଇଁ ଉଦ୍ୟମ କରିବେ । ସେ ୮୦୨ ପଂଏଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି ।

ଆଫଗାନିସ୍ତାନର ସ୍ପିନର ରଶିଦ ଖାଁ ୪ଟି ସ୍ଥାନ ଉନ୍ନୀତ ହୋଇ ୯ମ ସ୍ଥାନରେ ରହିଛନ୍ତି । ଆୟର୍ଲାଣ୍ଡ ବିପକ୍ଷ ସିରିଜରେ ଜବରଦସ୍ତ ପ୍ରଦର୍ଶନ ଯୋଗୁ ତାଙ୍କ ର‌୍ୟାଙ୍କିଙ୍ଗରେ ସୁଧାର ଘଟିଛି । ବାଂଲାଦେଶର ସିନିୟର ଖେଳାଳି ଶକିବ ଉଲ ହାସନ ଅଲରାଉଣ୍ଡର ର‌୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.