Latest Odisha News

BREAKING NEWS

ଡରାଇଲାଣି ଓମିକ୍ରନ୍ ଭାଇରାସ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର : ବିଶ୍ବକୁ ଡରାଇଲାଣି ଓମିକ୍ରନ୍ ଭାଇରସ । ମାମଲା ବଢୁଥିବାରୁ ଏବେ ଦେଶରେ ନିଆଯାଇଛି ଆଗୁଆ ପଦକ୍ଷେପ । ଖାସ କରି ଓମିକ୍ରନ୍ ଭାଇରସକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଛି ଉଚ୍ଚସ୍ତରୀୟ ବୈଠକ । ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନଜର ରଖିବାକୁ କୁହାଯାଇଛି । ଏହି ବୈଠକରେ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇଥିଲେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ । ଦିଲ୍ଲୀରୁ ଆସୁଥିବା ଯାତ୍ରୀଙ୍କର ସ୍କ୍ରିନିଂ କରାଯାଉଛି । ଏହାସହ ସମସ୍ତ ଯାତ୍ରୀଙ୍କର ସବିଶେଷ ତଥ୍ୟ ମଗାଯିବା ସହ ଆରଟିପିସିଆର ଟେଷ୍ଟ କରାଯାଉଛି ।

ଅନ୍ୟପଟେ ନୂଆ ଭ୍ୟାରିଆଣ୍ଟ କେତେ ସଂକ୍ରମଣ କରିବାର କ୍ଷମତା ରଖିଛି ସେନେଇ ଅନୁଧ୍ୟାନ କରାଯାଉଛି । ନୂଆ ଭାରିଆଣ୍ଟର ୧୩ରୁ ଅଧିକ ମ୍ୟୁଟେସନ ରହିଛି, ତେଣୁ ସମସ୍ତେ ସତର୍କ ରହିବା ଦରକାର । ସତର୍କ ରହିଲେ ସକ୍ରମଣ ବଢ଼ିବନି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଯେଉଁ ମାନେ ବିଦେଶରୁ ଆସିବେ ସେମାନଙ୍କୁ କରୋନା ନେଗେଟିଭ ସାର୍ଟିଫିକେଟ୍ ଦେବାକୁ ପଡ଼ିବ । ବିମାନ ବନ୍ଦରରେ ସେମାନଙ୍କୀ ଟେଷ୍ଟ କରାଯିବ । ନେଗେଟିଭ ଆସିଲେ ବି ସପ୍ତାହେ ପର୍ଯ୍ୟନ୍ତ କ୍ବାରେଣ୍ଟାଇନରେ ରହିବାକୁ ପଡ଼ିବ । ଏନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ପ୍ରତିଦିନର ତାଲିକା ମଗାଯାଇଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

Comments are closed.