Latest Odisha News

BREAKING NEWS

ସାବରମତୀ ଆଶ୍ରମରେ ସଲମାନ: ଗାନ୍ଧୀଙ୍କୁ ମନେ ପକାଇଲେ, ଅରଟରେ ସୂତା କାଟିଲେ

ମୁମ୍ବାଇ: ସଲମାନ ଖାଁ ତାଙ୍କ ଫିଲ୍ମ ଅନ୍ତିମ ଦି ଫାଇନାଲ ଟ୍ରୁଥଙ୍କୁ ସଫଳ କରାଇବା ପାଇଁ ଜୋରସୋରରେ ଉଦ୍ୟମ ଜାରୀ ରଖିଛନ୍ତି । ଏହି ଫିଲ୍ମ ବକ୍ସ ଅଫିସରେ ସେତେଟା ଆଖିଦୃଶିଆ ବ୍ୟବସାୟ କରି ନ ଥିବା ବେଳେ ସଲମାନ ଏହାର ପ୍ରଚାର ପାଇଁ ଗୁଜରାଟ ଯାଇଥିଲେ । ଏଥିରୁ ସମୟ ବାହାର କରି ସେ ସାବରମତୀ ଆଶ୍ରମ ଯାଇଥିଲେ । ସେଠାରେ ମହତ୍ମା ଗାନ୍ଧୀଙ୍କୁ ମନେ ପକାଇବା ସହ ଅରଟରେ ସୂତା ମଧ୍ୟ କାଟିଥିଲେ ।

ତାଙ୍କ ସହ ବଡିଗାର୍ଡ ଶେରା ମଧ୍ୟ ଏଠାକୁ ଯାଇଥିଲେ । ସଲମାନଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ଭୀଡ ସେଠାରେ ଜମିଥିଲା । ଏହାର ଫଟୋ ଏବେ ସୋସିଆଲ ସାଇଟରେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.