Latest Odisha News

ଆସୁଛି ମହାପ୍ରଳୟ ! , UNର ସତର୍କବାଣୀ 

ନ୍ୟୁୟର୍କ : ଜାତିସଂଘର ରିପୋର୍ଟ ଅନୁସାରେ ଆସୁଛି ମହାପ୍ରଳୟ । ବିଶ୍ୱର ଅନେକ ଦେଶରେ ୨୦୨୫ ବେଳକୁ ଭୀଷଣ ପ୍ରଳୟ ହୋଇପାରେ । ଯେଉଁଥିରେ ଅନେକ ଧନ ଜୀବନ ହାନୀ ନେଇ ରିପୋର୍ଟରେ ଆଶଙ୍କା କରାଯାଇଛି ।

ବିଶ୍ୱରେ ଅନେକ ନଦୀବନ୍ଧ ଯୋଜନା ପୁରୁଣା ହେଲାଣି । ସେଥିରୁ ଅନେକ ସେମାନଙ୍କ ସମୟସୀମା ପାର କରିସରିଥିଲେ ହେଁ ସେଥିପ୍ରତି କୌଣସି ଦେଶର ସରକାର ନଜର ଦେଉନାହାନ୍ତି । ସାରା ବିଶ୍ୱରେ ଏପରି ୫୮ ହଜାର ୭ ଶହଟି ବିପଦପୂର୍ଣ୍ଣ ନଦୀବନ୍ଧ ଯୋଜନା ଆଗାମୀ ବର୍ଷମାନଙ୍କରେ ବିଶ୍ୱରେ ପ୍ରଳୟର କାରଣ ହୋଇପାରନ୍ତି ବୋଲି ୟୁଏନ ଆଶଙ୍କା କରିଛି ।

ଜାତିସଂଘଙ୍କ ‘ଏଜିଂ ୱାଟର ଇନଫ୍ରାଷ୍ଟ୍ରକ୍ଚର ଏମର୍ଜିଂ ଗ୍ଲୋବାଲ ରିସ୍କ’ ଶିର୍ଷକ ଏହି ରିପୋର୍ଟକୁ କାନାଡାସ୍ଥିତ ଜଳ, ପରିବେଶ ଓ ସ୍ୱାସ୍ଥ୍ୟ ଏଜେନ୍ସି ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ନଦୀବନ୍ଧ ଯୋଜନା ୧୯୩୦ରୁ ୧୯୭୦ ମସିହା ମଧ୍ୟରେ ନିର୍ମିତ ହୋଇଥିବା ଉଲ୍ଲେଖ କରିଛନ୍ତି । ଯେଉଁଗୁଡିକୁ ୫୦ରୁ ୧୦୦ ବର୍ଷ ଲାଗି ନିର୍ମାଣ କରାଯାଇଥିଲା । ସାରା ବିଶ୍ୱରେ ଏହିପରି ୫୮ ହଜାର ୭୦୦ଟି ନଦୀବନ୍ଧ ଯୋଜନା ଅଛନ୍ତି ଯେଉଁମାନଙ୍କ କାର୍ଯ୍ୟକାଳ ପୂରଣ ହୋଇସାରିଲାଣି ବୋଲି କୁହାଯାଇଛି।

Leave A Reply

Your email address will not be published.