Latest Odisha News

BREAKING NEWS

କେଜିରୁ ପିଜି ମାଗଣା ଶିକ୍ଷା ନେଇ ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: କେଜିରୁ ପିଜି ମାଗଣା ଶିକ୍ଷା ନେଇ ଦ୍ବନ୍ଦ୍ବ ଦୂର କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି ଯେ, ପ୍ରଫେସନାଲ୍ ଓ ସେଲ୍ଫ ଫାଇନାନ୍ସିଂ କୋର୍ସ ଛାଡ଼ିଦେଲେ ବାକି ସବୁ ମାଗଣା । ଯୋଜନା ଆରମ୍ଭ ପୂର୍ବରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିଲା । ଯେଉଁ ପିଲାମାନେ ନାମଲେଖା ପାଇଁ ଟଙ୍କା ଦେଇଛନ୍ତି ସେମାନେ ସେମାନଙ୍କ ଫେରସ୍ତ ପାଇବେ ।

ଏହା ସହ ବ୍ଲକ ଗ୍ରାଣ୍ଟ କଲେଜକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ବ୍ଲକ ଗ୍ରାଣ୍ଟ କଲେଜକୁ ସରକାର ଟଙ୍କା ଦେବେ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ପିଲା ଦିଅନ୍ତୁ କି ସରକାର ଦିଅନ୍ତୁ କଲେଜ ଟଙ୍କା ପାଇଲେ ଗଲା ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

Leave A Reply

Your email address will not be published.