Latest Odisha News

BREAKING NEWS

ଓଡିଶାର ୧୦ ଜିଲ୍ଲାରେ ୮୨ କରୋନା ପଜିଟିଭ୍‌, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ

ଭୁବନେଶ୍ୱର: ଭଦ୍ରକର ନୂଆ ତିନି କରୋନା ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୮୨ରେ ପହଞ୍ଚିଛି । ଏଥି ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ୪୬ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟ ଜିଲ୍ଲା ଭାବେ ଭଦ୍ରକରେ ୧୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବାଲେଶ୍ୱର ଜିଲ୍ଲାରେ ୮, ଯାଜପୁର ଜିଲ୍ଲାରେ ୭, ସୁନ୍ଦରଗଡ ଜିଲ୍ଲାରେ ୩, କୋନ୍ଦ୍ରାପଡା ଜିଲ୍ଲାରେ ୨ ଏବଂ ପୁରୀ, କଟକ, ଢେଙ୍କାନାଳରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ତେବେ ୮୨ ପଜିଟିଭ୍‌ଙ୍କ ମଧ୍ୟରୁ କୋଭିଡ ୧୯ ହସ୍ପିଟାଲରେ ଚିକିତ୍ସା ପରେ ୩୦ ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.