Latest Odisha News

BREAKING NEWS

ହିମାଚଳ ମୁଖ୍ୟମନ୍ତ୍ରୀଙ୍କ ମାନବିକତା ; ଏୟାରଲିଫ୍ଟ କରାଇ ବଞ୍ଚାଇଲେ ବୃଦ୍ଧଙ୍କ ଜୀବନ

ଶିମଲା: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ  ଏକ ମାନବିକତାର ପରିଚୟ ଦେଇଛନ୍ତି । ଏୟାର ଲିଫ୍ଟ କରାଇ ଗୁରୁତର ଅସୁସ୍ଥ ଥିବା  ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି ।

ସୂଚନାଅନୁସାରେ, ପାହାଡ଼ିଆ  ରାଜ୍ୟରେ ଏବେ ପ୍ରବଳ ତୁଷାରପାତ ହେଉଛି । ଏହି କାରଣରୁ ଅଧିକାଂଶ ରାସ୍ତା  ବରଫ ଚାଦରରେ ଘୋଡେଇ ହୋଇ ରହିଛି । ଫଳରେ ଯାତାୟତ ଠପ୍ ହୋଇଯାଇଛି । ଏମିତିକି ଅଟଳ ଟନେଲ ମଧ୍ୟ ବନ୍ଦ ହୋଇପଡ଼ିଛି । ଏଇ ସମୟରେ ଲାହୋଲ ସ୍ପିତି ଜିଲ୍ଲା ସ୍ଥିତ କେଲଙ୍ଗର ବିଲିଂ ଗାଁର ୭୦ ବର୍ଷୀୟ ଦୋରଜେ ହଠାତ୍ ଅସୁସ୍ଥ  ହୋଇପଡିଥିଲେ ।

ରାସ୍ତା ବନ୍ଦ ଥିବାରୁ ତାଙ୍କ ପରିବାର ଲୋକେ ଦୋରେଜଙ୍କୁ ଡାକ୍ତରଖାନା ନେଇ ପାରୁ ନଥିଲେ । ଏହି ଖବର ଶୁଣି ମୁଖ୍ୟମନ୍ତ୍ରୀ  ସୁଖବିନ୍ଦର ସିଂ  ସୁଖୁ ବାୟୁସେନା ସହ ଯୋଗାଯୋଗ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ତୁରନ୍ତ ଜିଲ୍ଲାପ୍ରଶାସନ ସହାୟତାରେ ବାୟୁସେନା ହେଲିକପ୍ଟରରେ ଦୋରଜେ ଏବଂ ଅନ୍ୟ ଜଣେ ରୋଗୀଙ୍କୁ ଏୟାର ଲିଫ୍ଟ କରାଯାଇଥିଲା ।

Leave A Reply

Your email address will not be published.