Latest Odisha News

BREAKING NEWS

୨୦୦ ଫୁଟ ତଳକୁ ଖସିଲା ବସ, ଅନେକ ମୃତ ଆଶଙ୍କା

ସିମଲା: ହିମାଚଳ ପ୍ରଦେଶର କୁଲୁରେ ଏକ ଘରୋଇ ବସ୍ ୨୦୦ ଫୁଟ ତଳକୁ ଖସି ପଡିଛି। ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।

ଏହି ଘରୋଇ ବସ୍ କୁଲୁର ଅନିରୁ ଛତ୍ରୀ ଅଭିମୁଖେ ଯାଉଥିଲା। ଏହି ସମୟରେ ଶକେଲହରରେ ପହଞ୍ଚିବା ପରେ ବସଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ସୂଚନା ଅନୁଯାୟୀ, ବସ୍‌ରେ ୨୦ରୁ ୨୫ ଜଣ ଲୋକ ଥିଲେ। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଅନେକ ଲୋକ ଚେତାଶୂନ୍ୟ ହୋଇ ପଡ଼ିଥିବାବେଳେ ବସଟି ଖଣ୍ଡ ଖଣ୍ଡ ହୋଇଯାଇଛି। ଯାହା ଫଳରେ ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି।

ଖବର ପାଇବା ପରେ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଥିସହ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ତେବେ ପୋଲିସ ଦୁର୍ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

 

Comments are closed.