Latest Odisha News

ଏମିତି ବି ଆସେ ମୃତ୍ୟୁ

ହିମାଚଳ ପ୍ରଦେଶ: ରବିବାର ଦିନ ହିମାଚଳ ପ୍ରଦେଶର କିନୌର ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ମୃତ୍ୟୁବରଣ କରିଥିବା ୯ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ସେଥିରେ ଜଣେ ୩୪ ବର୍ଷିୟା ମହିଳା ଆୟୁର୍ବେଦିକ ଡାକ୍ତର ମଧ୍ୟ ଥିଲେ।

ମୃତ ଡାକ୍ତର ଜଣକ ହେଉଛନ୍ତି ଡା. ଦୀପା ଶର୍ମା। ସବୁଠୁ ଦୁଃଖଦ ବିଷୟ ହେଉଛି ମୃତ୍ୟୁର କିଛି କ୍ଷଣ ପୂର୍ବରୁ ସେ ସୋସିଆଲ୍‌ ମିଡିଆରେ ଉକ୍ତ ସ୍ଥାନର ଗାରିମା ବିଷୟରେ କିଛି ଅନୁଭୂତି ବାଣ୍ଟିଥିଲେ।

ସେ ତାଙ୍କ ଶେଷ ଟ୍ୱିଟରେ ଲେଖିଥିଲେ ଯେ, “ଭାରତର ଶେଷ ସୀମାରେ ଠିଆ ହୋଇଛନ୍ତି। ଯେଉଁଠାରେ ସାଧାରଣ ନାଗରିକଙ୍କୁ ଅନୁମତି ଦିଆଯାଇଛି। ଏହି ସୀମା ଅତିକ୍ରମ କରି ପ୍ରାୟ ୮୦ କିଲୋମିଟର ଦୂରକୁ ଗଲେ ତିବ୍ଦତ ପଡିବ। ଯାହାକୁ ଚୀନ୍ ବେଆଇନ ଭାବେ ଦଖଲ କରିଛି”।

ଏହାର କିଛି ସମୟ ପରେ ଭୂସ୍ଖଳନ ଯୋଗୁ ଦିପାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଦୀପାଙ୍କ ସମେତ ଆଉ ନଅ ପର୍ଯ୍ୟଟକଙ୍କ ଭୂସ୍ଖଳନ ପ୍ରଭାବରେ ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା।

Comments are closed.