Latest Odisha News

BREAKING NEWS

ରଣଜୀ ଟ୍ରଫି କ୍ରିକେଟ: ହିମାଚଳ ପ୍ରଦେଶଠାରୁ ହାରିଲା ଓଡିଶା

ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶାର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ହିମାଚଳପ୍ରଦେଶର ନାଦୁଆନଠାରେ ଅନୁଷ୍ଠିତ ମ୍ୟାଚରେ ହିମାଚଳ ପ୍ରଦେଶ ୩ ୱିକେଟରେ ଓଡିଶାକୁ ପରାସ୍ତ କରିଛି । ଓଡିଶା ପ୍ରଦତ ୩୦୮ ରନର ବିଜୟ ଲକ୍ଷ୍ୟକୁ ହିମାଚଳ ୭ ୱିକେଟ ହରାଇ ହାସଲ କରି ନେଇଥିଲା । ଅଙ୍କିତ କାଲସି ୧୬୫ ଓ ଋଷି ଧାୱନ ୧୦୨ ରନର ଇନିଂସ ଖେଳି ଓଡିଶା ହାତରୁ ମ୍ୟାଚ ଛଡେଇ ନେଇଥିଲେ । ଓଡିଶା ପକ୍ଷରୁ ବସନ୍ତ ମହାନ୍ତି ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ସୁନୀଲ ରାଉଳ ୨ଟି ୱିକେଟ ନେଇଥିଲେ ।

ପୂର୍ବରୁ ଓଡିଶାର ପ୍ରଥମ ଇନିଂସ ୧୯୧ ରନ ଜବାବରେ ହିମାଚଳ ପ୍ରଦେଶ ୨୫୮ ରନ କରିଥିଲା । ଦ୍ୱିତୀୟ ଇନିଂସରେ ଓଡିଶା ୩୭୪ ରନ ସଂଗ୍ରହ କରିଥିଲା । ଗୋବିନ୍ଦ ପୋଦ୍ଦାରଙ୍କ ଚମତ୍କାର ଶତକ (୧୩୫) ଓ ସୂର୍ଯ୍ୟକାନ୍ତ ପ୍ରଧାନ ଅପରାଜିତ ୫୦ରନର ଇନିଂସ ଖେଳିଥିଲେ । ଏହି ପରାଜୟ ଯୋଗୁ ଓଡିଶାର ନକଆଉଟ ପ୍ରବେଶ ଆଶା କ୍ଷୀଣ ହୋଇଯାଇଛି ।

Leave A Reply

Your email address will not be published.