Latest Odisha News

BREAKING NEWS

ନାବାଳିକା ମୁସଲିମଙ୍କ ବିବାହ ଅନୁମତି ଉପରେ ପଞ୍ଜବ-ହରିଆଣା ହାଇକୋର୍ଟଙ୍କ ରାୟକୁ ଉଦାହରଣ ଭାବେ ନିଅନି-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ବିବାହ ପାଇଁ ଯୁବତୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ରଖଯାଇଥିବାବେଳେ ମୁସଲିମ ଲ ବୋର୍ଡ ଏହାକୁ ଗ୍ରହଣ କରିନି । ମୁସଲିମ ଲ ବୋର୍ଡ କହିବା ଅନୁଯାୟୀ, ମୁସଲିମ ମହିଳା ପ୍ୟୁବର୍ଟି ପ୍ରାପ୍ତ ହେବା ପରେ ବିବାହ କରିବା ଆଇନ ସମ୍ମତ । ଏ ସଂକ୍ରାନ୍ତ ଏକ ମାମଲାର  ଶୁଣାଣି କରିଥିଲେ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟ  । ଏହା ଉପରେ ସୁପ୍ରିମକୋର୍ଟ ଟିପ୍ପଣୀ ଦେଇ କହିଛନ୍ତି, ଜାବେଦ ବନାମ ହରିଆଣା ରାଜ୍ୟ ଏବଂ ଅନ୍ୟ ମାମଲାରେ ପଞ୍ଜାବ ଓ ହରିଆାଣା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଉଦହରଣ ଭାବେ ନିଅ ନାହିଁ ।

ହାଇକୋର୍ଟ କହିଛନ୍ତି, ପ୍ୟୁବର୍ଟି ପ୍ରାପ୍ତ ହୋଇଥିବା ୧୫ ବର୍ଷର ଝିଅ ମୁସଲିମ ପର୍ସନାଲ ଲ ବୋର୍ଡ ଅନୁସାରେ ବିବାହ କରିପାରିବ । ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ ପିଏମ ନରସିଂହାଙ୍କ ଖଣ୍ଡପୀଠ  ଜାତୀୟ ବାଳ ଅଧିକାର ସଂରକ୍ଷଣ ଆୟୋଗ ଦ୍ୱାରା ଦାଏର କରାଯାଇଥିବା ଏକ ବିଶେଷ ଅନୁମତି ଯାଚିକା ଉପରେ ନୋଟିସ ଜାରି କରି ଏପରି ମଧ୍ୟବର୍ତ୍ତୀ କାଳୀନ ଆଦେଶ ଦେଇଛନ୍ତି ।

ଯୌନ ଅପରାଧରୁ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ଥିବା ସଂରକ୍ଷିତ ଅଧିନିୟମକୁ ଏପରି ନିୟମ ବିରୋଧ କରୁଛି । କାରଣ ଯୌନ ସହମ୍ମତି ପାଇଁ ୧୮  ବର୍ଷ ଆୟୁ ନିର୍ଦ୍ଧାରିତ କରାଯାଇଛି ।  ଭାରତର ସଲିସିଟର ଜେନରାଲ ତୁଷାର ମେହତା ରାଷ୍ଟ୍ରୀୟ ବାଳ ଅଧିକାର ସଂରକ୍ଷିତ ଆୟୋଗ (NCPCR) ପକ୍ଷରୁ ପର୍ସନାଲ ଲକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଏହା ପୋସ୍କା ଆଇନକୁ ବିରୋଧ କରୁଛି । ପର୍ସନାଲ ଲ କାର୍ଯ୍ୟକାରୀ ହେଲେ ଯୌନ ଅପରାଧରୁ ଛୋଟପିଲାଙ୍କୁ ସୁରକ୍ଷା ଦେବା ନେଇ ସେ ଚିନ୍ତା ବ୍ୟକ୍ତ କରିଛନ୍ତି ।

ସଲିସିଟର ପ୍ରଶ୍ନ କରିଛନ୍ତି, ୧୪ରୁ ୧୬ ବର୍ଷ ମଧ୍ୟରେ ଛୋଟ ଝିଅଙ୍କର ବାହାଘର କରି ଦିଆଯାଉଛି । ପର୍ସନାଲ ଲ ଏଥିରୁ ସେମାନଙ୍କୁ ବଞ୍ଚାଇ ପାରିବେ ? ଏକ ଅପରାଧମୂଳକ କାମ ପାଇଁ ଆପଣ ପ୍ରଥା ବା ପର୍ସନାଲ %ଲÑର ବାହନା ନେଇ ପାରିବେ ?

NCPCRର ଯାଚିକା ଉପରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ପିଏସ ନରସିଂହା ମଧ୍ୟବର୍ତ୍ତୀକାଳିନ ଆଦେଶ ଦେଇଛନ୍ତି । ଏଥିସହିତ ସୁପ୍ରିମକୋର୍ଟ ହାଇକୋର୍ଟରେ ଆବେଦନ କରିଥିବା ବ୍ୟକ୍ତିଙ୍କୁ ନୋଟିସ ଜାରି କରିଛନ୍ତି ।

ଏଠି କହିରଖିବୁ, ସୁ୍ପ୍ରିମକୋର୍ଟ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋଗ ଲଗାଇବାକୁ ମନା କରି ଦେଇଛନ୍ତି   ।

Leave A Reply

Your email address will not be published.