Latest Odisha News

BREAKING NEWS

ଆଦାନୀ ଗ୍ରୁପକୁ ଆମେରିକା କୋର୍ଟକୁ ଡାକୁଛି ହିଣ୍ଡେନବର୍ଗ, ପୂର୍ବରୁ କ’ଣ ହୋଇଛି ପରିଣାମ ଜାଣନ୍ତୁ ଏହି ରିପୋର୍ଟରୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଦାନୀ ଗ୍ରୁପ ବଡ଼ ଗଡ଼ବଡ଼ କରିଛି। ଜାଲିଆତି କରି ଆଦାନୀ ଗ୍ରୁପ ବ୍ୟବସାୟରେ ଉପରକୁ ଉଠିଛି। ଆମେରିକାର ହିଣ୍ଡେନବର୍ଗ କମ୍ପାନୀ ଏହି ରିପୋର୍ଟ ପ୍ରକାଶ କରିଛି। ଏହାପରେ ସାରା ଦେଶ ତଥା ବିଶ୍ୱରେ ଆଦାନୀ ଗ୍ରୁପକୁ ନେଇ ଚର୍ଚ୍ଚା ବଢ଼ିଛି। ଏହାପରେ ଆଦାନୀ ଗ୍ରୁପ ଏପରି ରିପୋର୍ଟକୁ ଅସତ୍ୟ ବୋଲି କହିଛି। ସଠିକ୍ ଭାବେ ଅନୁଧ୍ୟାନ କରାଯାଇନି ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି। ଏହାପରେ ଆମେରିକାର ଏହି ରିସର୍ଚ୍ଚ କମ୍ପାନୀ ଆଦାନୀ ଗ୍ରୁପକୁ କେସ କରିବାକୁ ଆହ୍ୱାନ କରିଛି। ଏଥିପାଇଁ ଆମେରିକା କୋର୍ଟକୁ ଆସିବାକୁ କହିଛି।

ହିଣ୍ଡେନବର୍ଗ ବିରୋଧରେ ପୂର୍ବରୁ କିଏ କିଏ କେସ୍ କରିଛନ୍ତି?

୨୦୧୭ ରେ ତିଆହି ହୋଇଥିବା ଆମେରିକର ଏହି କମ୍ପାନୀ ଏପର୍ଯ୍ୟନ୍ତ ପ୍ରାୟ ୨୦ଟି ସଂସ୍ଥାକୁ ଟାର୍ଗେଟ କରିଛି। ଏଥିମଧ୍ୟରୁ କେବଳ ୨ଟି କମ୍ପାନୀ ହିଣ୍ଡେନବର୍ଗ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଛନ୍ତି। ପ୍ରଥମ କମ୍ପାନୀ ହେଉଛି ଚାଇନାର ରିଏଲ୍ ଇଷ୍ଟେଟ୍ ଡେଭଲପର୍ ୟାଙ୍ଗଜେ ରିଭର ପୋର୍ଟ ଏବଂ ଲଜିଷ୍ଟିକ୍ ଲିମିଟେଡ୍ ଏବଂ ଦ୍ୱିତୀୟ କମ୍ପାନୀ ହେଉଛି ଭାରତର ଏରୋସ୍ ଇଣ୍ଟରନ୍ୟାସନାଲ ଏଣ୍ଟରଟେନମେଣ୍ଟ କମ୍ପାନୀ।

୨୦୧୮ରେ ହିଣ୍ଡେନବର୍ଗ ଚାଇନାର ଏହି ରିଏଲ୍ ଇଷ୍ଟେଟ୍ କମ୍ପାନୀ ୟାଙ୍ଗଜେଙ୍କ ବିରୋଧରେ ଏକ ରିପୋର୍ଟ ଜାରି କରିଥିଲା। ଯେପରି ଏବେ ସଂପୃକ୍ତ ରିସର୍ଚ୍ଚ କମ୍ପାନୀ ଆଦାନୀ ଗ୍ରୁପ୍ ବିରୋଧରେ ଜାରି କରିଥିଲା। ରିପୋର୍ଟ ପ୍ରକାଶ ପାଇବା ପରେ ଚାଇନାର କମ୍ପାନୀ ୟାଙ୍ଗଟେଜ୍ ଆମେରିକାର କୋର୍ଟରେ ହିଣ୍ଡେନବର୍ଗର ପ୍ରତିଷ୍ଠାତା ନାଥାନ୍ ଆଣ୍ଡରସନ୍ ଏବଂ ତାଙ୍କ ସହାୟକ କମ୍ପାନୀ କ୍ଲାରିଟିସପ୍ରିଙ୍ଗ୍ Inc ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ। ୨୦୧୯ରେ ଏହି ମାମଲାର ରାୟ ଆସିଲା। ଆମେରିକାର କୋର୍ଟ ଏହି ମାମଲାକୁ ଖାରଜ କରିଦେଇଥିଲେ। ଆଉ ଚାଇନାର କମ୍ପାନୀ ଅନେକ କ୍ଷତି ସହିଥିଲା।

ସେହିପରି ଭାରତର ଏଣ୍ଟରଟେନମେଣ୍ଟ କମ୍ପାନୀ ଏରୋସ କମ୍ପାନୀ ବିରୋଧରେ ସମାନ ପ୍ରକାର ରିପୋର୍ଟ ପ୍ରକାଶ କରିଥିଲା। ୨୦୧୯ ଜୁନ୍ ୭ ରେ ହିଣ୍ଡେନବର୍ଗ କହିଥିଲା ଏରୋସ୍ କମ୍ପାନୀର ଆକାଉଣ୍ଟରେ ଅନିୟମିତତା ରହିଛି। ଏହାପରେ ଏରୋସ୍ କମ୍ପାନୀ ଆମେରିକାର କୋର୍ଟରେ ହିଣ୍ଡେନବର୍ଗ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲା।

ଉଭୟ ମାମଲାରେ କୋର୍ଟଙ୍କ ରାୟ

ଆମେରିକୀୟ କୋର୍ଟ ଉଭୟ ମାମଲାରେ ସମାନ ପ୍ରକାର ରାୟ ଦେଇଥିଲେ। କହିଥିଥିଲେ ହିଣ୍ଡେନବର୍ଗ ଯେଉଁ ରିପୋର୍ଟ ପ୍ରକାଶ କରିଛି ତାହା ତାଙ୍କର ମତ ବୋଲି ରିପୋର୍ଟରେ କୁହାଯାଇଛି। ଆଉ ସେମାନେ ରିପୋର୍ଟ ପ୍ରକାଶ କରିଥିବା କପିରେ ଡିସକ୍ଲେମର ରହିଛି। ଯେଉଁଥିରେ ସେମାନେ We think, We believe ଭଳି ଶବ୍ଦ ବ୍ୟବହାର କରିଛନ୍ତି। ଯାହା ରାୟ ଶୁଣାଣି ବେଳେ କୋର୍ଟ ଏହି ଦୁଇଟି ଶବ୍ଦ କଥା କହି ହିଣ୍ଡେନବର୍ଗ ପ୍ରକାଶ କରିଥିବା ରିପୋର୍ଟ ତାଙ୍କର ମତ କହି ମାମଲାକୁ ରଦ୍ଦ କରି ଦେଇଥିଲେ।

ତେବେ ମିଳିଥିବା ସୂଚନା ଅନୁସାରେ ଆଦାନୀ ଗ୍ପୁପ ବିରୋଧରେ ହିଣ୍ଡେନବର୍ଗ ଯେଉଁ ରିପୋର୍ଟ ପ୍ରକାଶ କରିଛି ସେଥିରେ ୯ଟି ସ୍ଥାନରେ We think, We believe ଭଳି ଶବ୍ଦ ବ୍ୟବହାର ହୋଇଛି। ଉଲ୍ଲେଖଯୋଗ୍ୟ ହିଣ୍ଡେନବର୍ଗ କମ୍ପାନୀରେ କିଏ କିଏ ନିବେଶ କରିଛନ୍ତି ତାହା ଏଯାବତ ପ୍ରକାଶ କରିନାହିଁ କମ୍ପାନୀ।

ଆମେରିକୀୟ ଆଇନ ବିଶାରଦଙ୍କ କହିବା କଥା ଆମେରିକାର ଅଧିକାଂଶ କୋର୍ଟରେ ସର୍ବସାଧାରଣ ଭାବରେ ବ୍ୟବସାୟ କରୁଥିବା କମ୍ପାନୀଗୁଡିକର ଆର୍ଥିକ ବିଶ୍ଳେଷଣକୁ ଏକ ମତ ଭାବରେ ବିବେଚନା କରାଯାଏ ଯାହା ଆଇନଗତ ସୁରକ୍ଷା ଦିଆଯାଏ।

ଉଲ୍ଲେଖଯୋଗ୍ୟ, ହିଣ୍ଡେନବର୍ଗ ଏବେ ଆମେରିକା କୋର୍ଟରୁ ଆଦାନୀ ଗ୍ରୁପକୁ କେସ୍ କରିବାକୁ ଆମନ୍ତ୍ରଣ କରିଛି। ଏଣେ ହିଣ୍ଡେନବର୍ଗକୁ ନେଇ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଏମ ଏଲ ଶର୍ମା ସୁପ୍ରିମକୋର୍ଟରେ ଏକ ପିଆଇଏଲ ଦାୟର କରିଛନ୍ତି। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଜରିଆରେ ହିଣ୍ଡେନବର୍ଗ ରିପୋର୍ଟକୁ ଅନୁଧ୍ୟାନ କରିବାକୁ ଦାବି କରିଛନ୍ତି।

 

 

 

Leave A Reply

Your email address will not be published.