ବ୍ରହ୍ମପୁର:ପେଶାରେ ହିନ୍ଦୀ ଶିକ୍ଷକ। ହେଲା ଘରେ କରିଥିଲେ ଦେଶୀ ମଦ ଫ୍ୟାକ୍ଟ୍ରି। ଦୀର୍ଘ 15 ବର୍ଷ ଧରି ଏହି ବ୍ୟବସାୟ କରି ପୋଲିସ ଓ ଅବକାରି ବିଭାଗର ଅଧିକାରୀମାନେ ସୁରାକ୍ ପାଉନଥିଲେ।ଶେଷରେ ଅବକାରୀ ଗୁଇନ୍ଦା ବିଭାଗ ଏଏସଆଇ ସୁରେନ୍ଦ୍ର ପ୍ରଧାନ ଓ ତାଙ୍କ ଟିମ ଶନିବାର ମଦ ବିକ୍ରି କରୁଥିବା ସମୟରେ ଚଢ଼ାଉ କରି ଗିରଫ କରିଛନ୍ତି। ହିନ୍ଦୀ ଶିକ୍ଷକଙ୍କ ନିକଟରୁ ପ୍ରାୟ ୧୦୦ ଲିଟର ଦେଶୀ ମଦ ଜବତ ହୋଇଛି। ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ କୁକୁଡାଖଣ୍ଡି ନିକଟ ବଳରାମପଲ୍ଲୀ ଗ୍ରାମରେ ଏହି ଚଢ଼ାଉ ହୋଇଛି। ଶିକ୍ଷକ ଜଣକ ସତପାଣ୍ଡିଆ ହାଇସ୍କୁଲରେ ହିନ୍ଦୀ ଶିକ୍ଷକ ଥିବା ଅବକାରୀ ଗୁଇନ୍ଦା ବିଭାଗ ସୂତ୍ରରୁ ପ୍ରକାଶ। ଶିକ୍ଷକ ଜଣକ ତାଙ୍କ ଘରେ ହିଁ ନକଲି ଦେଶୀ ମଦ ପାଉଚ କାରଖାନା କରିଥିଲେ। ବିନା ଲୋଗରେ ଖାଲି ଜରି ପ୍ୟାକେଟରେ ଗ୍ରାହକଙ୍କୁ ବିକ୍ରି କରୁଥିଲେ।
BREAKING NEWS
- Minister warns Andhra: କୋଟିଆକୁ ନେଇ ମନ୍ତ୍ରୀଙ୍କ କଡା ଚେତାବନୀ, କହିଲେ, ‘ଏବେ ମାଆ ଅଛି, ମାଉସୀ ଦରକାର ନାହିଁ…’
- Kolkata Stampede: ମା’ଙ୍କୁ ଦର୍ଶନ କରିବାକୁ ଯାଇଥିଲେ, ସବୁଦିନ ପାଇଁ ମାଆ ଛେଉଣ୍ଡ ହୋଇଗଲେ! କୋଲକାତା ଦଳାଚକଟାର ଛାତିଥରା କାହାଣୀ…
- ୬୫.୯୧ ଲକ୍ଷ ସରକାରୀ ପାଣ୍ଠି ଆତ୍ମସାତ୍; ବରିଷ୍ଠ କିରାଣିଙ୍କ ସହ ୩ ଗିରଫ
- ରାଜ୍ୟର ୭ ଜିଲ୍ଲାରେ ଝଡବର୍ଷା ସମ୍ଭାବନା…
- MKCGରେ ଦୀର୍ଘ ୭ ଦିନ ପରେ ଆଖି ବୁଜିଲେ ଯୋଡ଼ା ମୁଣ୍ଡ ଶିଶୁ…
- Elephant Death: ୮ ଦିନରୁ ଅସୁସ୍ଥ ଥିବା ଦନ୍ତାହାତୀର ଚାଲିଗଲା ଜୀବନ;ଛୋଟେଇ ଛୋଟେଇ ଚାଲୁଥିଲା ଦନ୍ତା
- ବୈଭବ ସୂର୍ଯ୍ୟବଂଶୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ, ଆମ ପାଖରେ ଦୁଇଜଣ ଚମତ୍କାର ଏବଂ ସ୍ଥିର ପ୍ରଦର୍ଶନ କରୁଥିବା ଓପନର୍ ଅଛନ୍ତି: ଶ୍ରେୟସ ଆୟର
- Kolkata stampede: ବନ୍ଦ ହେବ କୋଲକାତାରେ ପୂଜା ମଣ୍ଡପ? ପୋଲିସର ବଡ଼ ନିର୍ଦ୍ଦେଶ…ମୁଖ୍ୟମନ୍ତ୍ରୀ କହିଲେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହ ସରକାରୀ ଚାକିରି!
- Odisha’s new Governor:ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ;ଶପଥ ପାଠ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି
- ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା!୪ କି.ମି.ଖଟିଆରେ ବୁହାହେଲେ ମା’ ଓ ନବଜାତ ଶିଶୁ

Comments are closed.