ନୂଆଦିଲ୍ଲୀ: ଦିଲ୍ଲୀର ଜବାହାର ଲାଲ ନେହରୁ ବିଶ୍ୱ ବିଦ୍ୟାଳୟ (ଜେଏନୟୁ)ରେ ଘଟିଥିବା ଆକ୍ରମଣ ଘଟଣାରେ ଏକ ହିନ୍ଦୁ ସଂଗଠନ ନିଜକୁ ଦାୟୀ କରିବା ସମ୍ପର୍କରେ ଦିଲ୍ଲୀ ପୋଲିସକୁ ଜଣାଇଛି ।
Hindu Raksha Dal chief takes ‘full responsibility’ for JNU violence
Read @ANI story | https://t.co/5YVQtL70Cl pic.twitter.com/5tIASGIzCn
— ANI Digital (@ani_digital) January 7, 2020
ପୂର୍ବରୁ ‘ହିନ୍ଦୁ ରକ୍ଷା ଦଳ’ ପକ୍ଷରୁ ପିଙ୍କି ଚୌଧୁରୀ ଏହି ଘଟଣାରେ ସମ୍ପୂର୍ଣ୍ଣ ଦାୟୀ ବୋଲି ଦାବି କରିଛନ୍ତି ।
“ଜେଏନୟୁ ଏବେ ରାଷ୍ଟ୍ରବିରୋଧୀ ଶକ୍ତିମାନଙ୍କର ପେଣ୍ଠସ୍ଥଳୀ ପାଲଟିଥିବା ବେଳେ ଏଠାରେ ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଆମେ ସହ୍ୟ କରିପାରିବୁ ନାହିଁ । ଜେଏନୟୁରେ ହୋଇଥିବା ଆକ୍ରମଣ ଘଟଣା ଲାଗି ଆମେ ସମ୍ପୂର୍ଣ୍ଣ ଭାବେ ଦାୟୀ । ସେମାନେ ଆମର କର୍ମୀ ଥିଲେ,” ବୋଲି ସଂଗଠନ ପକ୍ଷରୁ କହିଛନ୍ତି ପିଙ୍କି ଚୌଧୁରୀ ।
ଏହି ଘଟଣାରେ ବିଜେପି ସମର୍ଥିତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସଂପୃକ୍ତ ବୋଲି ଅନେକ ବ୍ୟକ୍ତି ପୂର୍ବରୁ ଅଭିଯୋଗ କରିଆସୁଥିଲେ ।
ଦିଲ୍ଲୀ ପୋଲିସ ଇତିମଧ୍ୟରେ ସିସିଟିଭି ଫୁଟେଜ୍ ଏବଂ ରେକର୍ଡ଼ିଂ ହୋଇଥିବା କିଛି ଭିଡ଼ିଓ କ୍ଲିପ୍ସରୁ ଏହି ମୁଖାପିନ୍ଧା ଆକ୍ରମଣକାରୀଙ୍କ ଫଟୋରୁ ଚିହ୍ନଟ କରୁଛି ।
ଏହି ଭିଡ଼ିଓ କ୍ଲିପ୍ ଗୁଡ଼ିକରେ ମୁଖା ପରିହିତ କିଛି ବ୍ୟକ୍ତି ହାତରେ ରଡ୍ ଓ ଲାଠି ଧରିଥିବା ଦେଖାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଜେଏନୟୁ ଛାତ୍ର ସଂସଦର ସଭାପତି ଆଇଶୀ ଘୋଷ ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଏହି ଆକ୍ରମଣ ଘଟଣାରେ ସଂପୃକ୍ତି ରହିଥିବା ଅଭିଯୋଗ କରିଛନ୍ତି ଛାତ୍ର ସଂସଦ ସଭାପତି ଘୋଷ ।
Comments are closed.