Latest Odisha News

BREAKING NEWS

ଏକତରଫା ପ୍ରେମ ଆାଉ ଧର୍ମ ପାଇଁ ଚାଲିଗଲା ଯୁବତୀଙ୍କ ଜୀବନ

ଲକ୍ଷ୍ନୌ: ଏକ ତରଫା ପ୍ରେମ, ତା ସାଙ୍ଗକୁ ଜବରଦସ୍ତି । ଆଉ ଶେଷରେ ପ୍ରେମିକାକୁ ୪ ମହଲା କୋଠାରୁ ଠେଲି ଦେବା ପରେ କାହାଣୀ ଶେଷ । ପ୍ରେମ ଆାଉ ଧର୍ମ ଭିତରେ ବଳି ପଡିଗଲା ବିଚରା ନୀରିହ ଝିଅଟିଏ । ପ୍ରେମର କାହାଣୀ ସିନା ଏଇଠି ଶେଷ ହୋଇଗଲା, କିନ୍ତୁ ଆରମ୍ଭ ହୋଇଗଲା ଅପରାଧର କାହାଣୀ । ଏ କାହାଣୀ ଥିଲା ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର । ଲକ୍ଷ୍ନୌର ଦୁବଗ୍ଗାସ୍ଥିତ ଡୁଡା କଲୋନୀରେ ଜଣେ ୧୮ ବର୍ଷୀୟ ଯୁବତୀଙ୍କର ୪ ମହଲା କୋଠାରୁ ପଡି ମୃତ୍ୟୁ ଘଟିଛି । ଧର୍ମ ପରିବର୍ତ୍ତନ କରି ବିବାହ କରିବା ଲାଗି ତାଙ୍କ ଉପରେ ଜବରଦସ୍ତି କରାଯାଇଥିଲା । ହେଲେ ସେ ମନା କରିବାରୁ ତାଙ୍କୁ ୪ ମହଲା କୋଠା ଉପରୁ ଠେଲି ଦେଇଥିଲେ ପାଗଳ ପ୍ରେମିକ ।

ପଡୋଶୀଙ୍କ ସହାୟତାରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ସଂପୃକ୍ତ ଯୁବକ ସୁଫିଆନଙ୍କୁ ଗିରଫ କରି ତାଙ୍କ ବିରୋଧରେ ହତ୍ୟା ଏବଂ ଧର୍ମ ପରିବର୍ତ୍ତନ ପରି ସଙ୍ଗୀନ ମାମଲା ରୁଜୁ କରିଛି  ।

ମୃତ ଯୁବତୀଙ୍କ ମା’ ଅଭିଯୋଗ କରିଛନ୍ତି, ସୁଫିୟାନ ଏହି ଡୁଡା କଲୋନୀର ବାସିନ୍ଦା । ଗତ କିଛି ଦିନ ହେବ ସୁଫିୟାନ ତାଙ୍କ ଝିଅକୁ ହଇରାଣ କରୁଥିଲା । ଧର୍ମ ପରିବର୍ତ୍ତନ କରି ବିବାହ କରିବା ଲାଗି ତାକୁ ବାଧ୍ୟ କରୁଥିଲା ।  ଏ ନେଇ ସେମାନେ ସୁଫିୟାନଙ୍କ ପରିବାର ଲୋକଙ୍କୁ ମଧ୍ୟ ଅବଗତ କରାଇଥିଲେ । କିନ୍ତୁ ସେମାନେ କିଛି ଶୁଣି ନ ଥିଲେ । ଏହା ପରେ ଘରୁ ବାହାରିବା ଝିଅ ପାଇଁ ଅସମ୍ଭବ ହୋଇ ପଡ଼ିଥିଲା । ମଙ୍ଗଳବାର ଦିନ ଯୁବତୀଙ୍କ ମା’ ତାଙ୍କ ଘରକୁ ପୁଣି ଥରେ ଅଭିଯୋଗ କରିବାକୁ ଯାଇଥିଲେ । ଏହାର ସୁଯୋଗ ନେଇ ସୁଫିୟାନ ତାଙ୍କ ଘର ଭିତରକୁ ଆସି ଗାଳି ଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଏହା ଶୁଣି ଯୁବତୀ ସୋଫିୟାନଙ୍କ ଘରକୁ ଅଭିଯୋଗ କରିବାକୁ ଯାଇଥିଲେ ।  ଯୁବତୀଙ୍କ ପଛେ ପଛେ ସୋଫିୟନ ମଧ୍ୟ ଘରେ ପହଞ୍ଚି ଯାଇଥିଲେ । ସେଠାରେ ଯୁବତୀଙ୍କୁ ଧମକ ଚମକ ଦେବା ସହ ୪ ମହଲା କୋଠାରୁ ଠେଲି ଦେଇଥିଲା ।

Leave A Reply

Your email address will not be published.