Latest Odisha News

ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଗା ଦୋକାନରୁ ଲୁଟ୍

କାମାକ୍ଷାନଗର: ଫାଙ୍କା ଗୁଳିମାଡ଼ ପରେ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଲୁଗା ଦୋକାନ । ମଙ୍ଗଳବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ସ୍ଥିତ ଲଳିତା କ୍ଲଥ ଷ୍ଟୋରରୁ ଲୁଟ୍ ହୋଇଛି । ୬ ଜଣ ଦୁର୍ବୃତ୍ତ ରାତି ପ୍ରାୟ ୧୦ଟା ସମୟରେ ବାଇକରେ ଆସି ପାଟିତୁଣ୍ଡ କରିଥିଲେ । ଫାଙ୍କା ଗୁଳି ଚାଳନା କରିବା ସହ ମାରଣାସ୍ତ୍ର ଦେଖାଇ ଲୁଟ୍ କରିଥିଲେ ।

କ୍ୟାସ କାଉଣ୍ଟରରୁ ନଗଦ ୫୦ ହଜାର ଟଙ୍କା ସହ ସୁନା ଚେନ ଓ ୩ଟି ମୋବାଇଲ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଫିଲ୍ମ ଷ୍ଟାଇଲରେ ମାତ୍ର ୩ ମିନିଟର ପୂରା ଲୁଟ୍ ହୋଇଛି । ଦୁ୍ର୍ବୃତ୍ତ ସିସିଟିଭି ଭାଙ୍ଗିବାକୁ ବିଫଳ ହୋଇଥିବା ବେଳେ ଦୋକାନୀ ଲୁଟେରାଙ୍କ ପିଛା କରି ଜଣଙ୍କୁ ମାଡ଼ ମାରିଥିଲେ ।

ଲୁଟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକ ଭୟଭୀତ ହୋଇ ପଡ଼ିଛି । ପୋଲିସ, ସାଇଣ୍ଟିଫିକ୍ ଟିମ୍ ସହ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.