Latest Odisha News

BREAKING NEWS

ହିନ୍ଦୁ ଝିଅର ବିବାହ ହିନ୍ଦୁ ପୁଅ ସହ ହେବା ଉଚିତ୍: ଧର୍ମଗୁରୁ

ନୂଆଦିଲ୍ଲୀ: ଧର୍ମଗୁରୁ ତଥା କଥାବାଚକ ଦେବକିନନ୍ଦନ ଠାକୁର ଆଜି ଦିଲ୍ଲୀରେ ସନାତନ ଧର୍ମ ସଂସଦ ଡାକିଛନ୍ତି। ଏହି ଧର୍ମ ସଂସଦରେ ଭାଗ ନେବାକୁ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ, ଜେପି ନଡ୍ଡା, ଅଖିଳେଶ ଯାଦବଙ୍କ ପରି ବହୁ ବଡ଼ବଡ଼ ନେତାଙ୍କୁ ନିମନ୍ତ୍ରଣ ପଠାଯାଇଛି।

ଦେବକିନନ୍ଦନ ଠାକୁର ସନାତନ ବୋର୍ଡ ଗଠନ ପାଇଁ ଦାବି କରୁଛନ୍ତି। ଧର୍ମର ଏହି ସଂସଦରେ ୱାକଫ ବୋର୍ଡ ଭଳି ସନାତନ ବୋର୍ଡ ଗଠନ ପାଇଁ ଦାବି ରହିଛି। ଲଭ ଜିହାଦ୍, ଗୋ ହତ୍ୟା ଏବଂ କୃଷ୍ଣ ଜନ୍ମଭୂମି ମଧ୍ୟ ଏହି ଧର୍ମ ସଂସଦର ଏଜେଣ୍ଡା ରହିଥିଲା।

ଏହି ଅବସରରେ ଦେବକିନନ୍ଦନ ଠାକୁର କହିଛନ୍ତି, ହିନ୍ଦୁ ଝିଅର ବିବାହ କେବଳ ହିନ୍ଦୁ ପୁଅ ସହ ହେବା ଉଚିତ୍। ‘ଆମେ ବହୁତ ସହିଲୁଣି, ଆଉ ସହିପାରିବେ ନାହିଁ। ହିନ୍ଦୁମାନେ ଏକାଠି ହୋଇ ସେମାନଙ୍କର ଅଧିକାରର ରକ୍ଷା କରିବା ଜରୁରୀ। ବର୍ତ୍ତମାନ ଆମେ ବିଭାଜିତ ହେବୁ ନାହିଁ।

 

Comments are closed.