ମୁମ୍ବାଇ: ସାଉଥ୍ ଲେଡି ସୁପରଷ୍ଟାର୍ ନୟନତାରା ଅଭିନୟ ସହିତ ନିଜର ନିଆରା ଅନ୍ଦାଜ ପାଇଁ ଜଣାଶୁଣା।
ସେ ନିଜର ଜୀବନ ଏବଂ କ୍ୟାରିୟର ଉପରେ ଆଧାରିତ ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ ‘ନୟନତାରା: ବିଅଣ୍ଡ୍ ଫେରି ଟେଲ୍’ ଡକ୍ୟୁମେଣ୍ଟାରୀ ପାଇଁ ଲାଇମ୍ ଲାଇଟରେ ରହିଛନ୍ତି। ତେବେ ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା।
ନିର୍ମାତାମାନେ ଏହି ଡକ୍ୟୁମେଣ୍ଟାରୀରେ ତାମିଲ ଚଳଚ୍ଚିତ୍ର ‘ନାନୁମ୍ ରାଊଡି ଧାନ’ର ସଂଗୀତ ବ୍ୟବହାର କରିଛନ୍ତି, ଯାହାକୁ ନେଇ ବିବାଦ ଦେଖାଦେଇଛି। ଏହାପରେ ସାଉଥ ସୁପରଷ୍ଟାର ଧନୁଷ କପିରାଇଟ୍ ନେଇ ଡକ୍ୟୁମେଣ୍ଟାରୀ ଉପରେ ୧୦କୋଟି ଟଙ୍କାର ଆଇନଗତ ନୋଟିସ୍ ପଠାଇଛନ୍ତି।
ତେବେ ଏହି ମାମଲାରେ ନୟନତାରା ପ୍ରତିକ୍ରିୟା ରଖି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଧନୁଷଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ସେ ବହୁତ ଅସୁବିଧା ମଧ୍ୟରେ ନିଜ ଦଳ ସହିତ ମିଶି ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଛନ୍ତି।
ସେ ଆହୁରି ମଧ୍ଯ କହିଛନ୍ତି ଯେ ସେ ‘ନାନୁମ୍ ରାଊଡି ଧାନ’ର ସଂଗୀତ ବ୍ୟବହାର କରିବା ପାଇଁ ଦୀର୍ଘ ଦିନ ଧରି ଧନୁଷଙ୍କଠାରୁ ଅନୁମତି ନେବାକୁ ଚେଷ୍ଟା କରୁଥିବାବେଳେ ଧନୁଷଙ୍କ ଟିମ ଏଥି ପାଇଁ ମନା କରିଦେଇଥିଲେ। ତେବେ ଡକ୍ୟୁମେଣ୍ଟାରୀ ଟ୍ରେଲରରେ ‘ନାନୁମ୍ ରାଊଡି ଧାନ’ ଫିଲ୍ମର ତିନି ସେକେଣ୍ଡର ଗୀତ ଏବଂ ଭିଜୁଆଲ୍ ବ୍ୟବହାର ପାଇଁ ତାଙ୍କୁ ଧନୁଷଙ୍କ ଟିମ ତରଫରୁ ଆଇନଗତ ନୋଟିସ୍ ମିଳିଥିବାରୁ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
Comments are closed.