Latest Odisha News

BREAKING NEWS

ନୀଳାଦ୍ରି ବେଳା ଭୂମି ପାର୍କରେ ହେବ ଡ୍ୟାନ୍ସ ହିପ ହପ ଫେଷ୍ଟିଭାଲ

ପୁରୀ : ନୀଳାଦ୍ରି ବେଳା ଭୂମି ପାର୍କରେ ହେବାକୁ ଯାଉଛି ଡ୍ୟାନ୍ସ ହିପ ହପ ଫେଷ୍ଟିଭାଲ l ଏହି କାର୍ଯ୍ୟକ୍ରମକୁ ନେଇ ପ୍ରତିଯୋଗୀ ମାନଙ୍କ ମନରେ ବଢ଼ୁଛି ଉତ୍ସାହ । ଆସନ୍ତା ୨୬ ଓ ୨୭ ତାରିଖରେ ଡ୍ୟାନ୍ସ ହିପ ହପ ଫେଷ୍ଟିଭାଲ କାର୍ଯ୍ୟକ୍ରମ ହେବ । ଏହି କାର୍ଯ୍ୟକ୍ରମରେ ଭାରତ ସମେତ ନେପାଳ ଏବଂ ମାଲେସିୟା ଭଳି ବିଭିନ୍ନ ସ୍ଥାନରୁ ଡ୍ୟାନ୍ସ ପ୍ରତିଯୋଗୀ ମାନେ ଭାଗ ନେବେ ବୋଲି ଜଣାପଡ଼ିଛି  l

ଏନେଇ ଗ୍ରୋଭାର୍ଡ ଡ୍ୟାନ୍ସ ସ୍ଟୁଡ଼ିଓ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସୂଚନା ଦିଆଯାଇଛି l ଏହି ଡ୍ୟାନ୍ସ ପ୍ରତିଯୋଗିତାରେ ଯିଏ ବିଜେତା ହେବ ତାଙ୍କୁ ଏକ ଲକ୍ଷ ପୁରସ୍କାର ରାଶି ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି । ଏଥିସହ ଯୁବପିଢ଼ିଙ୍କ ମଧ୍ୟରେ ଡ୍ୟାନ୍ସ ପ୍ରତି ଆଗ୍ରହ ସୃଷ୍ଟି କରିବା ନେଇ ଏହା ଏକ ଛୋଟ ପ୍ରୟାସ ବୋଲି କହିଛନ୍ତି ଆୟୋଜକ l ପୁରୀରେ ଏହି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ହେଉଥିବା ବେଳେ ସମସ୍ତେ ବେଶ୍‌ ଉତ୍ସାହିତ ଅଛନ୍ତି  ।

Leave A Reply

Your email address will not be published.